ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଶିକ୍ଷାରମାନ ଉର୍ଦ୍ଧ୍ଵରେ ଥିବା ସମୟରେ ପାଇକମାଲ କ୍ଲଷ୍ଟରରେ ଶିକ୍ଷାର ଗତି ତଳ ମୁହାଁହେଉଛି । ସର୍ବାଗ୍ରେ ସିଆରସିସି ରଞ୍ଜନ ବାଗ ଚର୍ଚ୍ଚାରେ ଅଛନ୍ତି । ଅଦନ ସୁନା ଶିକ୍ଷା ଅଧିକାରୀ ଭାବରେ ପାଇକମାଲରେ ଯୋଗଦାନ କଲାପରେ ସିଆରସିସି ରଞ୍ଜନ ବାଗ କ୍ଲଷ୍ଟରରେ ସରକାରଙ୍କ ନିର୍ଦ୍ଧାରିତ ସମୟରେ ଉପଯୁକ୍ତ କାର୍ଯ୍ୟ କରୁନାହାନ୍ତି । ସବୁବେଳେ ଶିକ୍ଷା ଅଧିକାରୀଙ୍କ ପାଖରେ ବସି ସମୟ କଟାଉଛନ୍ତି ଓ ଅନ୍ୟ ଶିକ୍ଷକମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରୁଛନ୍ତି । ଯାହା ଫଳରେ ପାଇକମାଲ ବ୍ଲକର ହୃତପିଣ୍ଡ କୁହାଯାଉଥିବା ବିଦ୍ୟାଳୟ ଗୁଡ଼ିକର ପିଲାମାନଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅତୀତରେ ଶ୍ରୀ ବାଗଙ୍କ ନାମରେ ଅନେକ ଅଭିଯୋଗ ହୋଇଥିଲା । ଏ ସବୁ ଜାଣି ସୁଦ୍ଧା ଶିକ୍ଷା ଅଧିକାରୀ ନୀରବଦ୍ରଷ୍ଟା ସାଜିବା ସନ୍ଦେହ ସୃଷ୍ଟି ହୋଇଛି । ଶିକ୍ଷା ବିଭାଗ ପରି ପବିତ୍ର ଅନୁଷ୍ଠାନରେ ଏପରି ବ୍ୟକ୍ତିଙ୍କ କାର୍ଯ୍ୟକଳାପ କେତେଦୂର ଗ୍ରହଣୀୟ ତାହା ଦେଖିବାକୁ ବାକି ରହିଲା ।
