ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ

କୁଶଙ୍ଗ, (କେପିଏନ୍‌ଏସ୍‌) : ଡିଗ୍ରୀ କଲେଜ କୁଶଙ୍ଗ ନିକଟବର୍ତ୍ତୀ କୁଶମେଲ ଗ୍ରାମରେ ଚାଲିଥିବା ଶୀତଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଗ୍ରାମରେ ସାତଦିନ ଧରି ପଚାଶ ଜଣ ସ୍ୱେଚ୍ଛାସେବକଙ୍କ ଦ୍ୱାରା ଅଞ୍ଚଳର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନା, ନାରୀଶିକ୍ଷାର ପ୍ରସାର, ଅନ୍ଧ ବିଶ୍ୱାସ ଦୂରୀକରଣ ଇତ୍ୟାଦି ଉପରେ କାମ କରାଯାଇଥିଲା । ଶେଷ ଦିନରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ରେଲିର ଆୟୋଜନ କରାଯାଇ ସମାଜ ସଂସ୍କାର ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଜନସମାଜକୁ ସଚେତନ କରାଯାଇଥିଲା । ଏହା ସହିତ ବୀଣାକାଳିଆ ନାଚ ପରିବେଷଣ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଗର୍ଭିତ ବାର୍ତ୍ତା ପ୍ରଚାର କରାଯାଇଥିଲା । ପରିଶେଷରେ ଡ. ଅଜିତ ଭୋଇଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ କୌସ୍ତୁଭ ସାହୁ, ସମିତି ସଭ୍ୟ ମହାଦେବ ବିଶ୍ୱାଲ, ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଅନନ୍ତ ଆର୍ଯ୍ୟ, ପ୍ରୋଗ୍ରାମ ଅଫିସର ଲକ୍ଷ୍ମଣ ମେହେର ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ବର୍ଷାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଭିତରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ ବିଚିତ୍ରା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।

Leave A Reply

Your email address will not be published.