ବାରିପଦା ପୌରପାଳିକା ତରଫରୁ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟାଣ ଖରାରେ ଜନସାଧାରଣଙ୍କ ତୃଷା ମେଣ୍ଟାଇବା ନିମନ୍ତେ ଆଜି ବାରିପଦା ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏବଂ କାର୍ଯ୍ୟାଳୟ ସମ୍ମୁଖରେ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଶୁଭାରମ୍ଭ ହୋଇଛି । ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଓଡିଶା, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବାରିପଦା ପ୍ରକାଶ ସୋରେନ, ବାରିପଦା ନଗର ପାଳ କୃଷ୍ଣା ନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ, ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଵୀ ପ୍ରସାଦ ରାଉତ ଯୋଗ ଦେଇଥିବା ବେଳେ ବିଭିନ୍ନ ୱାର୍ଡର ପାରିଷଦ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ବିଧାୟକ ଓ ନଗରପାଳ ଲୋକ ମାନଙ୍କୁ ଦହି ସର୍ବତ, ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ । ପ୍ରକାଶ ଥାଉକି ବାରିପଦା ସହରରେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜନସାଧାରଣଙ୍କ ପାଇଁ ପୌରପାଳିକା ତରଫରୁ ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯାଇଛି । ଏହି ଥଣ୍ଡା ପାନୀୟ ଜଳ ସେବା କେନ୍ଦ୍ର ଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଉପଲବ୍ଧ ହେବ

jittmm
Leave A Reply

Your email address will not be published.