ଫିରିଙ୍ଗିଆରେ ରାଜସ୍ୱ ରଥ ଜରିଆରେ ଘରକୁ ଘର ସେବା କାର୍ଯ୍ୟକ୍ରମ ଆରମ୍ଭ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଫିରିଙ୍ଗିଆ ତହସିଲଦାର ପୁନମ୍ ରାଉତଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ୫-ଟି କାର୍ଯ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ମହାମାରୀ ଦିନକୁ ଦିନ ଦୃତ ଗତିରେ ସଂକ୍ରମିତ ହେଉଥିବାରୁ କଟକଣା କଡାକଡି କରାଯାଇଛି । ରାଜସ୍ଵ ବିଭାଗର ସମସ୍ତ ପ୍ରକାର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା ରାଜସ୍ଵ ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ତହସିଲଦାର କହିଛନ୍ତି । ଲୋକେ ଘରେ ବସି ଏହି ସେବା ସୁବିଧାରେ ପାଇ ପାରିବେ । ଏହା ଦ୍ଵାରା ଲୋକଙ୍କ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ମ୍ୟୁଟେସନ ଓ ଜମିବାଡି ସମ୍ବନ୍ଧୀୟ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଯୋଗାଇଦେବ । ଏହି ପ୍ରରିପେକ୍ଷୀରେ ଓ ରାଜସ୍ଵ ମଣ୍ଡଳର କିଛି ସାହିକୁ ରଥ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରଜାଙ୍କୁ ଜମି ପଟ୍ଟା ତହସିଲଦାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.