ସେବା ହିଁ ସଂଗଠନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ଆହ୍ବାନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେବା ହିଁ ସଂଗଠନ ସଚେତନ କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି କ୍ରମାଗତ ଭାବରେ ସେବା କାର୍ଯ୍ୟକ୍ରମ ଚାଳିଛି । ଏହି କେନ୍ଦ୍ରକୁ ଆସୁଥିବା ଜନସାଧାରଣ କୋଭିଡ ଷ୍ଟେଟିଙ୍ଗ, ଆମ୍ବୁଲାନ୍ସ ସେବା, ଭେକସିନ କରଣ, ମାକ୍ସ ବଣ୍ଟନ, ଔଷଧ ସେବନ ବିଧି ଆଦି ସଚେତନ କାର୍ଯ୍ୟକ୍ରମ କରାଯାଉଅଛି । ଏହି ସଚେତନ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଯୁବ ନେତା ଶ୍ରୀକାନ୍ତ ମିଶ୍ର, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ, ମାଣ୍ଡୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ମାଣ୍ଡୋସିଲ ମଣ୍ତଳ କୃଷକ ମୋର୍ଚ୍ଚା ସଭାପତି ଝସକେତନ ବଢେଇ, ସାଧାରଣ ସଂପାଦକ ନରୋତ୍ତମ ଦାସ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ଶୁଶାନ୍ତ ନାଗ, ନେତା ଏମ ଡି ରାଜା, ଅଜିତ ସାହୁ, ଅମୃତ ଠାକୁର, ରାଜେନ୍ଦ୍ର ସେଠ, ଧନଞ୍ଜୟ ପାଣ୍ତେ ପ୍ରମୁଖ ଉପସ୍ଥିତ ରହି ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ସଚେତନ କରାଇ ଲୋକଙ୍କୁ ବୁଝାଇ ଥିଲେ ।

jittmm
Leave A Reply

Your email address will not be published.