
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଗଞ୍ଜାଉଡାର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସେବା ଚେରି ଟେବୁଲ୍ ଟ୍ରଷ୍ଟର ଉପସଭାପତି ଗିରିରାଜ ଭୋଇ , ମରୁଆ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବିଶି, କୁମାରୀ ସେବିକା ରାଜହଂସ ଯୋଗ ଦେଇଥିଲେ । ଆଜିର ଏହି ମହତ୍ କାର୍ଯ୍ୟରେ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ସଂରକ୍ଷଣ କରିବା ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରକାରର ଫଳଫୁଲ ଔଷଧୀୟ ଚାରା ରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଆଗମି ଦିନ ପାଟଣାଗଡ଼ ବ୍ଳକର ବିଭିନ୍ନ ବିଦ୍ୟାଳୟ ଓ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ସେବା ଚେରି ଟେବୁଲ୍ ଟ୍ରଷ୍ଟ ସଭାପତି ସୁନୀଲ ସିଂ ସୂଚନା ଦେଇଛନ୍ତି ।