ବହ୍ନି କନ୍ୟା ପାର୍ବତୀ ଗିରି ଶ୍ରାଦ୍ଧ ସମାରୋହ ଓ ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମାଆ ପାର୍ବତୀ ଗିରିଙ୍କ ଏକତିରିଶ ତମ ଶ୍ରାଦ୍ଧ ସମାରୋହ ଓ ପୂଜ୍ୟପୂଜା ସଂଗଠନର କୋଡିଏ ତମ ପ୍ରତିଷ୍ଠା ଦିବସ ପତିତପାବନ ଏକାଡେମୀ ସଭା କକ୍ଷରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାର୍ବଣରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପାର୍ବତୀ ଗିରି ସ୍ୱାଧିନତା ସଂଗ୍ରାମୀ ଶହ ଶହ ଅନାଥ ଆଶ୍ରିତ ଶିଶୁମାନଙ୍କର ମାଆ, ସାମାଜିକ ଜାଗରଣ ନେତ୍ରୀ ତଥା ଓଡିଶାର ମଦର ଟେରେସାଙ୍କ ଜୀବନୀ ଉପରେ ଆଲୋଚନା କରି ପାର୍ବତୀ ଗିରିଙ୍କ ଆଦର୍ଶ ଜିବନ, ନୀତିନିଷ୍ଠ, ସର୍ବସ୍ୱ ତ୍ୟାଗରୁ ଆଗାମୀ ପିଢି ଶିଖିବାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସାହିତ୍ୟ, ସଂସ୍କୃତି ଓ ନାଟ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ମର୍ଯ୍ୟାଦାଜନକ ପାର୍ବତୀ ଗିରି ସେବା ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଏ ମର୍ଯ୍ୟାଦାଜନକ ସମ୍ମାନ ପାଇବାରୁ ଶ୍ରୀ ଛୁରିଆଙ୍କୁ ଆଦ୍ୟାଶକ୍ତି ନାରୀ ସଂଗଠନ, ଅଙ୍କୁର ଶିଶୁ ସାହିତ୍ୟ ସଂସଦ ଓ ଶିଶୁ ବିକାଶ କେନ୍ଦ୍ର ତରପରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସର୍ବଶ୍ରୀ ଡା. କ୍ଷୀରୋଦ୍ର ମିଶ୍ର, ବିଶ୍ୱଜିତ ନନ୍ଦ, ଡା. ରାଧାକାନ୍ତ ବାଗ, ବନମାଳୀ ପାଣିଗ୍ରାହୀ, ଡ. ଭବାନୀ ଶଙ୍କର ପଟେଲ, ମହମ୍ମଦ ଫଜଲୁଦ୍ଦିନ ଖାନ, ଯୋଗେଶ୍ୱର ନାଏକ, ବିଜୟିନୀ ଝାଙ୍କର, ଡ. ନାରାୟଣ ମିଶ୍ର, ଡା. ଅଶୋକ କୁମାର ସାହୁ, ତରୁଣ କୁମାର ପରିଚ୍ଛା, ସଂସ୍କୃତି ପଟ୍ଟନାୟକ, ଜୀବନ ପ୍ରକାଶ ଦାସ, ଆନନ୍ଦ ଚନ୍ଦ୍ର ସାହୁ, ରୁନାଲତା ପଟ୍ଟନାୟକ, କୁମରମଣି ସେଠ, ପିତବାସ ସାହୁ, ସୁରେନ୍ଦ୍ର ମିଶ୍ର, ସରସ୍ୱତୀ ନନ୍ଦ ଓ ଗଗନ ମହାନ୍ତିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଆରମ୍ଭରେ ମାଆ ପାର୍ବତୀ ଗିରିଙ୍କ ଫଟୋକୃତିରେ ମାଲ୍ୟାର୍ପଣ ପରେ କସ୍ତୁରୀ ରଥ ବେଦ ପଠନ ଓ ଡ. ପ୍ରେମଚାନ୍ଦ ମହାନ୍ତି ଓ ଦେବ ପ୍ରସାଦ ମହାନ୍ତି ମାତୃ ବନ୍ଦନା ଗାନ କରିଥିଲେ । ଏ ସମାରୋହରେ ପୂଜ୍ୟପୂଜା ସେବା ସମ୍ମାନ ୨୦୨୫ ଓ ଡ.ଭବାନୀ ଶଙ୍କର ପଟେଲଙ୍କ ‘ବଡମାଁ’ ପାର୍ବତୀ ଗିରି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂପାଦକ ସୁନାଧର ବନଛୋର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଂଗଠନର ପ୍ରତିଷ୍ଠାତା ମଦନ ମୋହନ ରଥ ପୂଜ୍ୟପୂଜା ସେବା ସଂଗଠନର ୨୦ବର୍ଷର ଉପଲବ୍ଧି ଆଲୋକପାତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଉପ-ସଭାପତି ମଧୁ ସାହୁ । ଏହି କାର୍ଯ୍ୟକ୍ରମକୁ ଆଦ୍ୟଶକ୍ତି ନାରୀ ସଂଗଠନ, ଅଙ୍କୁର ଶିଶୁ ସାହିତ୍ୟ ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର କର୍ମକର୍ତ୍ତା ତଥା ଦୁର୍ଗା ସାହୁ, ମାଳତି ଉଦ୍‌ଗାତା, ସୁରଥ ସାହୁ, ବିନ୍ଦିଆ ବେହେରା, ଡା. ଅଶୋକ କୁମାର ସେଠି, କପିଳ ପତି, ଗିରିଜା ଶଙ୍କର ରଥ, ଜୟରାମ ମିଶ୍ର, ଛବିଲାଲ ବେହେରା, ସିତାଂଶୁ ନାୟକ, ଅରୁଣ ଖୁଆସ, ପ୍ରଶାନ୍ତ ଷଡଙ୍ଗୀ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ହୃଷିକେଶ ପୁରୋହିତ, ଶାନ୍ତନୁ ମିଶ୍ର, ଶୁଭେନ୍ଦ୍ର ନେପାକ, ପ୍ରତୀମା ମିଶ୍ର, ନିହାରିକା ମିଶ୍ର, ପ୍ରଦୀପ ପଶାୟତ ସହଯୋଗ କରିଥିଲେ । ଶେଷରେ ରତ୍ନମୟ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.