oom

ଆନ୍ଦୋଳନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ, ସ୍ଵାସ୍ଥ୍ୟ ସେବା ବାଧାପ୍ରାପ୍ତ

jsmm

ଫୁଲବାଣୀ : ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଆନ୍ଦୋଳନ ଯୋଗୁଁ ସ୍ଵାସ୍ଥ୍ୟସେବା ବାଧାପ୍ରାପ୍ତ । ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ଦାବିରେ ସାରା ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରୁ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି । ଗାଁ, ବ୍ଲକ ଏବଂ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ସେବା ଓ ପରିଚାଳନା ଏକ ପ୍ରକାର ଠପ୍ ହୋଇଯାଇଛି । ସୂଚନାଯୋଗ୍ୟ, ଗତ ୨୦୦୫ ମସିହାରୁ ଜିଲ୍ଲା ତଥା ବ୍ଲକ ସ୍ତରରେ ବିଭିନ୍ନ ପଦ ପଦବୀରେ ସମୁଦାୟ ୧୨୬ ଜଣ ପରିଚାଳନା କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏମାନେ ଦୀର୍ଘ ୨୦ ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ କରାଯାଇ ନାହିଁ। ତେଣୁ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହେଉଛି। ଦାବୀ ପୂରଣ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ଵେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ତେଣୁ ମାର୍ଚ୍ଚ ୧୦ ତାରିଖରୁ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି ।

jittmm
Leave A Reply

Your email address will not be published.