oom

୭୫ତମ ସାଧାରଣତନ୍ତ୍ର ଦିବସରେ କଳିକେଶ ନାରାୟଣ ସିଂହଦେଓଙ୍କ ସେବା ମନୋବୃତ୍ତି କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ସ୍ୱତନ୍ତ୍ର ଚିନ୍ତନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ସାଧାରଣତନ୍ତ୍ର ଦିବସରେ ସେବା ମନୋବୃତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସମାଜର ବିଭିନ୍ନ ବର୍ଗର ଅସମର୍ଥ ଅସହାୟ ତଥା ସମାଜକୁ ତୃଣମୂଳ ସ୍ତରରୁ ସହଯୋଗ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରୁଥିବା ବ୍ୟକ୍ତିବିଶେଷଙ୍କ ସହିତ ପାଳନ କରିଛନ୍ତି । ୭୫ତମ ଗଣତନ୍ତ୍ର ଦିବସରେ କଳିକେଶ ସିଂହଦେଓଙ୍କ ସହିତ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବଲାଙ୍ଗିର ଡେଲି ମାର୍କେଟଠାରେ ପ୍ରତିଦିନ ବସି ଆମ ସମାଜକୁ ଯୋଗାଉଥିବା ପରିବା ବିକାଳି ଯିଏକି ନିଜର ଦୈନନ୍ଦିନ ଆର୍ଥିକ ସ୍ଥିତି ସୁଧାର ପାଇଁ ଅନ୍ୟକୁ ଦେଇ ନିଜକୁ ସୁଦୃଢ କରିଥାଏ ସେହି ମାନଙ୍କ ସଂଘର ଅନୁରୋଧ କ୍ରମେ ଦୈନନ୍ଦିନ ବଜାରଠାରେ ୭୫ତମ ଗଣତନ୍ତ୍ର ଦିବସର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବାଣ୍ଟିବା ପରେ ବଲାଙ୍ଗିର ଶାସ୍ତ୍ରୀନଗରଠାରେ ଥିବା ମାନସିକ ସ୍ତରରେ ଅନଗ୍ରସର ଅସମର୍ଥ ଥିବା ଶ୍ରେଣୀର ଶିଶୁ ଆଶ୍ରମ ଆଶ୍ରାଠାରେ ନିଜକୁ ସେହି ଶିଶୁମାନଙ୍କ ସହିତ ସାମିଲ କରାଇ ତାଙ୍କ ଜୀବନ ଯାପନ ତଥା ଅନୁଷ୍ଠାନର ସୁବିଧା ଅସୁବିଧା ବୁଝିବା ସହିତ ଶିଶୁମାନଙ୍କୁ ଶୀତକାଳୀନ ବସ୍ତ୍ର ପ୍ରଦାନ କରି ଆଶ୍ରମର ପରିଚାଳକମାନଙ୍କ ସହଯୋଗାତ୍ମକ ଇଚ୍ଛାଶକ୍ତି ପାଇଁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ବଲାଙ୍ଗିର ସ୍ୱଧାରହୋମ୍‌ଠାରେ ରହୁଥିବା ମହିଳାମାନଙ୍କୁ କମଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.