jayashree

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି । ଘର ପରିବାରର ସଦସ୍ୟଙ୍କ ଅକ୍ସି ମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରାଯାଉଛି । ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି ଗଞ୍ଜାମ ଜିଲାରେ ଏଥିପାଇଁ ୨୦୨୧ ଟିମ ଗଠନ ହୋଇଛି ଏଥିମଧ୍ୟରେ ଗ୍ରାମାଞ୍ଚଳରେ ୧୮୪୨ ଟିମ, ସହରାଞ୍ଚଳରେ ୬୮ଟି ଟିମ୍‌ ଓ ବ୍ରହ୍ମପୁର ମହାନଗର ନିଗମରେ ୧୧୧ଟି ଟିମ ରହିଛି । ଏହି ବ୍ୟାପକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସାଧାରଣ ଏହି ଟିମ୍‌କୁ ଏବଂ ଜିଲ୍ଲାପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏଠାରେ ସୂଚନା ଦିଆଯାଇପାରେ କି, ଗଞ୍ଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧ ହଜାର ୫୮୩ ପ୍ରବାସୀ ଫେରିଛନ୍ତି । ବର୍ତ୍ତମାନ ୯ ହଜାର ୬୧୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି । ୩୬ ହଜାର ୭୮ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ସରିଛି । ଜିଲ୍ଲାରେ ୪୧ଟି ଟିଏମ୍‌ସି ରହିଛି । ସେଥିରେ ୩୫୨୦ଟି ଶଯ୍ୟା ଅଛି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.