jayashree

୭୧ତମ ଭାରତ ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ୭୧ତମ ଭାରତ ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ସ୍ଥାନୀୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ସ୍କାଉଟ ଓ ଗାଇଡ ପତାକା ଉତ୍ତୋଳନ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡା, ମୁଖ୍ୟ ଉପଦେଷ୍ଟା ସନାତନ ଠାକୁର, ଜିଲ୍ଲା ଅର୍ଗାନାଇଜିଙ୍ଗ କମିଶନର ସ୍କାଉଟ ନିଳାଂଚଳ ଚିରଗୁନ ଓ ଜିଲ୍ଲା ଅର୍ଗାନାଇଜିଙ୍ଗ କମିଶନର ଗାଇଡ କସ୍ତୁରୀ ରଥ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । ସ୍କାଉଟ ମାଷ୍ଟର ହେମନ୍ତ ପଧାନ ସଂଯୋଜନା କରିଥିବା ବେଳେ ଗାଇଡ କ୍ୟାପ୍ଟେନ ରଞ୍ଜିତା ମିଶ୍ର ଧନ୍ୟବାଦ ଦେଇଥିଲେ । ବଲାଙ୍ଗିର ମ୍ୟୁନିସିପାଲିଟିର ବିଦ୍ୟାଳୟମାନଙ୍କରୁ ୩୫ ଜଣ ଗାଇଡ ଓ ୧୫ ଜଣ ସ୍କାଉଟ ଉପସ୍ଥିତ ଥିଲେ । ସଭା ପରେ ଏକ ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଗାନ୍ଧୀନଗର ପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ମନୋରଞ୍ଜନ ହୋତା, ବିକାଶ ଦାଶ, ସଞ୍ଜୟ ଦାଶ, ସତ୍ୟଜିତ ବୁଡେକ, ବିନୋଦ ମହାପାତ୍ର, ଗାଇଡ କ୍ୟାପ୍ଟେନ ପ୍ରଣତି ପାଣିଗ୍ରାହୀ, ରଶ୍ମିତା ଦାଶ, ବିନ୍ଧେଶ୍ୱରୀ ବାରିକ, ମୀନା ସରାଫ, ଝରଣା ଦେୱାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.