ସ୍କୁଟିକୁ ଧକ୍କା ଦେଲା ଟ୍ରକ, ୧ମୃତ

କଳାହାଣ୍ଡି : ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଇ ସ୍କୁଟି ଚାଳକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିିଁ ପ୍ରାଣ ହରାଇଛନ୍ତି ସ୍କୁଟି ଚାଳକ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରୁ ଟ୍ରକଟି ଫେରାର୍‌ ହୋଇଛି । ସୂଚନା କ୍ରମେ, ବୁଧବାର ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ହୋଇଛି । ଜଣେ ସ୍କୁଟି ଚାଳକଙ୍କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ସ୍କୁଟି ଚାଳକ ତଳେ ପଡ଼ି ଯାଇଥିଲେ । ତଳେ ପଡ଼ିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକଟି ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଭଳି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକଟି ଫେରାର୍‌ ହୋଇଛି । ଏନେଇ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ ।

Leave A Reply

Your email address will not be published.