oom

ବଙ୍ଗୋମୁଣ୍ଡାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଲା ଅନୁଷ୍ଠିତ – ୧୫୪ଟି ପ୍ରକଳ୍ପ ପ୍ରଦର୍ଶିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲ ପରିସରରେ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଈଓ ଅରୁଣ କୁମାର ଯୋଶୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଚାରକ ଭାବେ ବିଭିଓ ସନ୍ନ୍ୟାସୀ ଶତପଥୀ, କ୍ଷୀରୋଦ କୁମାର ରଣା, ଗାୟତ୍ରୀ ସାହୁ, ଦୀପକ କୁମାର ବେହେରା ଦାୟିତ୍ୱ ନେଇଥିଲେ । ୧୫୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ବିଦ୍ୟାଳୟର କୁଞ୍ଜନେତ୍ରୀ ଦାଶ, ସଂଯୁକ୍ତା ଚଳାନ, ସଂଘମିତ୍ରା ପଣ୍ଡା, ବାଗେଶ୍ରୀ ସୁଲଖନା ଦାସ, ବିକାଶ ରଞ୍ଜନ ସରାଫ, ଲେଖୁ ପ୍ରସାଦ ବଛା, ମଣ୍ଟୁ ସାହୁ, ମନୋଜ ସାହୁ, ଦମୟନ୍ତୀ ମାଝୀ, ସୁଜାତା ବାଗ, ବବି ହଂସ, ଡିଳେନ୍ଦ୍ରି ନାଏକ, ଘନଶ୍ୟାମ ସାହୁଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.