ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନବଘନ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ବିଜ୍ଞାନକୁ ଭଲ ଭାବରେ ଜାଣିବା ତଥା ସମାଜ ସେବାରେ ଲଗାଇବା ପାଇଁ ନବଘନ ସାହୁ କହିଥିଲେ । ଅତିଥି ଭାବରେ ସରୋଜ କୁମାର ନାୟକ, ମିର୍ଦ୍ଧାପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରା, ଗାଇବାହଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଗୋପଲ ଖମାରୀ ଶର୍ମା, କନ୍ଧକେଲ ଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ କୁମାର ମିଶ୍ର, ମହିମୁଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରମୁଖ ଯୋଗଦେଇ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଏବଂ ଏକ ବିଜ୍ଞାନ ନାଟକ ପ୍ରଦର୍ଶନ କରାଯାଇଥିଲା । ସଭାକୁ ରାମଗୋପାଲ ଖମାରୀ ଶର୍ମା ସଂଯୋଜନା କରିଥିଲେ ଏବଂ ରାଜେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲାର ଫଖୋଜଟିମ୍’ ଦ୍ଵାରା ଅନ୍ଧବିଶ୍ୱାସକୁ ଦୂର କରିବା ସକାଶେ ବିଜ୍ଞାନ ଭିତ୍ତିକ ଅନେକ ତଥ୍ୟ ସମସ୍ତଙ୍କୁ ଅନିଲ ନନ୍ଦ, ବିଶ୍ୱଜିତ୍ ପଧାନ, କରୁଣା ସା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.