ଜାତୀୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ର ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ୟାପୀଠ, ପଥର୍ଲା ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସର୍ବ ଭାରତୀୟ ସ୍ତରର ଇନ୍ସପାୟାରମାନକ ଦ୍ୱାରା ଆୟୋଜିତ ଏନ୍‌ଏଲ୍‌ଇପିସି ୨୦୨୪କୁ ଭାଗ ନେବା ପାଇଁ ଦିଲ୍ଲୀ ଯାଇଥିବା ଛାତ୍ର ରାହୁଲ କୁମ୍ଭାର ଓ ମାର୍ଗଦର୍ଶକ ଶିକ୍ଷକ ସରୋଜ କୁମାର ହୋତା, ବିରଂଚି ନାରାୟଣ ବିଶ୍ୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ପରିଚାଳନା କମିଟୀ ସଭାପତି ନବୀନ ବେହେରା, ସଭ୍ୟ ଗୋକୁଳ ବିହାରୀ କୁଅଁର, ସୁଜଲ ରଣା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ଶିକ୍ଷକ ରାଜେନ୍ଦ୍ର ମଲ୍ଲିକ, ଚିତ୍ତ ରଂଜନ ସାହୁ, ପବିତ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.