lika

ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଇଁଲାସାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୁଡୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି, ଏବିଇଓ ଲଛମନ ପଧାନ, ପର୍ଶୁରାମ ସାହୁ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ନୀଳମଣି ପଟେଲ, ଦିଲିପ ଯୋଷୀ, ପର୍ଶୁରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ଜୟକୃଷ୍ଣ ନାଏକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରତିଯୋଗିତାରେ ଛତାମଖନା ହାଇସ୍କୁଲର ଛାତ୍ରୀ ସଂଚିତା ଭୋଇ ପ୍ରଥମ, ଗଇଁନ୍ତଲା ହାଇସ୍କୁଲର ଦିଶାନ୍ତ ନନ୍ଦ ଦ୍ୱିତୀୟ ଓ ଜାମଗାଁ ହାଇସ୍କୁଲର ଅର୍ଚ୍ଚିତା ଡାଙ୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସିକତା ପଟେଲ ଓ ଶୁଭଶ୍ରୀ ଦାଶ ବିଚାରକ ଭାବେ ଦାୟିତ୍ୱ ତୁଳାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସଂଚିତା ଭୋଇ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଯୋଗଦେବେ ।

sandip
Leave A Reply

Your email address will not be published.