ରାକ୍ସିମୁଣ୍ଡା ସ୍କୁଲ ଜମି ହଡପ ଅଭିଯୋଗ

ବଲାଙ୍ଗିର : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲଟ ନଂ-୬୫ ଓ ୬୬ ଖାତା ନଂ-୦୩ ଅନ୍ତର୍ଗତ ଜମି ଯାହାକି ବିଦ୍ୟାଳୟ ନାମରେ ଅଛି, ସେହି ଗ୍ରାମର ଡମ୍ବରୁଧର ପୁଟେଲ, ପିତା – ସ୍ୱର୍ଣ୍ଣ ପୁଟେଲଙ୍କ ଦ୍ୱାରା ଉକ୍ତ ଜମିକୁ ହଡପ ହୋଇଥିବାର ଅଭିଯୋଗ ସ୍କୁଲ ପରିଚାଳନା କମିଟୀ, କିଛି ଗ୍ରାମବାସୀ ସୁଧାଂଶୁ ଶେଖର ବାବୁ, ଭବଦତ୍ତତ୍ତମିଶ୍ର, ହରିହର ଥନାପତି, ନୃପରାଜ ବାବୁ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ପତ୍ରମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାର୍ବଜନୀନ ସଂପତ୍ତିକୁ ଫେରେଇ ଆଣିବାକୁ ସମସ୍ତେ ଦାବୀ କରିଛନ୍ତି । ପ୍ରକାଶ ଥାଉ କି, ପୂର୍ବରୁ ମଧ୍ୟ ଏ ସଂପର୍କରେ ପୁଇଁନ୍ତଲା ଥାନା ଅଧିକାରୀଙ୍କୁ ପତ୍ର ସଂଖ୍ୟା ୧୦୦ ତା.୨୨.୦୧.୨୧ରେ ଜଣାଇ ଦିଆଯାଇଥିଲା ହେଲେ ଏ ପର୍ଯ୍ୟନ୍ତ ଏହାର କୈାଣସି ସମାଧାନ ହୋଇପାରି ନାହିଁ ଯାହାକି ପରିତାପର ବିଷୟ ।

Leave A Reply

Your email address will not be published.