
ଭବାନୀପାଟଣା : ଭବାନୀପାଟଣା ବ୍ଳକ୍ ଚାନ୍ଦୋପଳା ଗାଁର ଚତୁର୍ଭୁଜ ମାଝୀ ଓ ଚିତ୍ରରେଖା ମାଝୀଙ୍କ ଝିଅ ରଶ୍ମିତା ମାଝୀ । ରଶ୍ମିତା ଜନ୍ମରୁ ନିଜ ଗାଁରେ ପାଠ ପଢି ଆସୁଥିଲେ । ଗାଁରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାରୁ ସେ ପଞ୍ଚମ ସରିଲା ପରେ ଅନ୍ୟ ସ୍କୁଲରେ ନାମ ଲେଖାଇବାପାଇଁ ବିଦ୍ୟାଳୟ ପରିତ୍ୟାଗ ପତ୍ର ଗତ ବର୍ଷ ନେଇଥିଲେ । ହେଲେ କିଛି ପାରିବାରିକ ଅସୁବିଧା ହେତୁ ସେ ଆଉ ଆଗକୁ ପାଠ ପଢ଼ିପାରିଲେ ନାହିଁ । ସେ ଗୋଟିଏ ବର୍ଷ ପାଇଁ ଡ୍ରପ ଆଉଟ ହେଇଗଲେ । ହେଲେ ଆଗକୁ ପଢ଼ିବାରେ ହାର୍ ମାନି ନଥିଲେ । ସେ ପଢ଼ିବାର ଆଗ୍ରହ ଦେଖେଇ ଜୁନାଗଡ଼ ସ୍ଥିତ ଏସ. ଏସ. ଡି. ଆଶ୍ରମ ସ୍କୁଲରେ ଏକ ଲିଖିତ ପରୀକ୍ଷା ଦେଇ ନାମ ଲେଖାଇବାପାଇଁ ମନୋନୀତ ହୋଇଥିଲେ । ହେଲେ ବିଦ୍ୟାଳୟର ଟିକିଏ ଭୁଲ ପାଇଁ ଆଡ଼ମିସନ୍ ହେଇ ପାରୁନଥିଲା । ତାଙ୍କର ଟ୍ରାନ୍ସଫର ସାର୍ଟିଫିକେଟ ନଥିବାରୁ ଆଡ଼ମିସନ ହେଇପାରିଲା ନାହିଁ । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ଯଶୋବନ୍ତ ରଣା ଜାଣିବାପରେ ସେ ପୂର୍ଣ୍ଣ ସହଯୋଗ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କର ସମସ୍ତ ଡକୁମେଣ୍ଟ ଧରି ଭବାନୀପାଟଣା ଏ. ବି. ଓଙ୍କ ପାଖକୁ ଯାଇ ସମସ୍ୟା ବିଷୟରେ ଜଣେଇଥିଲେ । ଏ. ବି. ଓ.ଙ୍କ ପରାମର୍ଶ କ୍ରମେ ଗତକାଲି ଜୁନାଗଡ଼ ଡବ୍ଲୁ. ଇ. ଓ.ଙ୍କୁ ଭେଟି ଆଡ଼ମିସନ କରିଦେବାପାଇଁ ଅନୁରୋଧ କରିଥିଲେ । ଝିଅ ଗୋଟିଏ ବର୍ଷ ଡ୍ରପ ଆଉଟ ଥିବା ଜାଣି ତୁରନ୍ତ ଆଡ଼ମିସନ କରିବାପାଇଁ ଅନୁମତି ଦେଇଥିଲେ । ପରେ ସମାଜସେବୀ ଙ୍କ ଉପସ୍ଥିତିରେ ଝିଅ କୁ କୁରୁଗୁଡା ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡ଼ମିସନ କରିଦିଆଗଲା । ଆଡ଼ମିସନ ହେଲା ପରେ ଝିଅ ବହୁତ ଖୁସିଥିବା କହିଛନ୍ତି । ଏହି ଆଡ଼ମିସନ ସମୟରେ ସମାଜସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ମମତା ପ୍ରଧାନ, ବୁଲୁ ପ୍ରଧାନ, ଧୀରେନ୍ଦ୍ର ସୁନାନୀ ଉପସ୍ଥିତ ଥିଲେ ।