ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ଖରା ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସକାଳୁଆ ସ୍କୁଲ ନେଇ ଅଭିଭାବକମାନେ ଦାବୀ କରିଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋକକୁ ଦୃଷ୍ଟି ରଖି ସକାଳ ୬ଟାରୁ ୯ ଯାଏଁ ସ୍କୁଲ ଚାଲିବା ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅପରପକ୍ଷେ, ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା । ଆଉ ଏବେ ୫ ଦିନର ଛୁଟି ପରେ ଆଜିଠାରୁ ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠପଢା ହେବ । ଏଥିପାଇଁ ସକାଳୁ ପିଲାମାନେ ସ୍କୁଲ ଆସିଛନ୍ତି ।

Leave A Reply

Your email address will not be published.