ଅବସରପ୍ରାପ୍ତ ଓଏସ୍‌ଆର୍‌ଟିସି କଣ୍ଡକ୍ଟର ସତ୍ୟବାଦୀ ସାହୁଙ୍କ ଦେହାନ୍ତ

ଦେବଗଡ଼ : ଦେବଗଡ଼ ମ୍ୟୁନିସିପାଲିଟି ସାହି ନିବାସୀ ଅବସରପ୍ରାପ୍ତ ଓଏସ୍‌ଆର୍‌ଟିସି କଣ୍ଡକ୍ଟର ସତ୍ୟବାଦୀ ସାହୁ(୯୨)ଙ୍କ ଶନିବାର ଦିନ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହଠାତ୍‌ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯିବା ବେଳେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଦେବଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.