oom

ଗୁଦେରପାଲିରେ ସତସଙ୍ଗ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର କାର୍ତ୍ତିକ ମାସରେ ଭଗବାନଙ୍କ ଦିବ୍ୟ କଥାମୃତ ଶ୍ରବଣ କରି ପୁଣ୍ୟ ଅର୍ଜନ କରିବା ପାଇଁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ହୋଇଯାଇଛି । ଅଧ୍ୟାପକ ଧନପତି ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ମାନଭଞ୍ଜନ ଦାସ ଏବଂ ବୈଲୋଚନ ପ୍ରଧାନ ପ୍ରବଚନ ମଧ୍ୟମରେ ଶ୍ରୀରାମ ଚରିତ୍ର ବା କଳିଯୁଗରେ ସତ୍ୟର ସନ୍ଧାନ ବିଷୟରେ ପ୍ରବଚନ ସେଇଥିଲେ । ଏଥିରେ କିଶୋର ଗଡତିଆ, ଜୟନ୍ତ, ଦିଲିପ ଦାସ, ମକରଧ୍ୱଜ, ବିଶ୍ଵାମିତ୍ର, କ୍ଷୀରସିନ୍ଧୁ ନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.