ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡ଼ିଆ ଭାଷାରେ ନିର୍ମିତ ହୋଇଥିବା ଏକ ଚମତ୍କାର ଚଳଚ୍ଚିତ୍ର ‘ଶତୃ’ ଆସନ୍ତା ଅକ୍ଟୋବର ମାସ ୮ ତାରିଖକୁ ବଲାଙ୍ଗିର ରୋୟଲ ସିନେମା ହଲ୍ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ବିଷୟକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ସଭା ଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ହରେକ୍ରିଷ୍ଣା ଏନ୍ଟର୍ଟେନର୍ ଏବଂ ଏକେ ଫିଲ୍ମସ୍ ମିଳିତ ଭାବରେ ପ୍ରଯୋଜନା କରିଛନ୍ତି ଓ ଏହାକୁ ଅଶୋକ କୁମାର ମିଶ୍ର ଓ ହିମାଂଶୁ ଖମାରୀ ଯୁଗ୍ମ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଅଶୋକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ ଯେ, ଏହି ଚଳଚ୍ଚିତ୍ର ଏକ ନିଛକ କାହାଣୀକୁ ନେଇ ନିର୍ମିତ ହୋଇଛି । ସବୁ ବର୍ଗ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ମତ ରଖିଥିଲେ । ସେହିପରି ଅନ୍ୟତମ ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ହିମାଂଶୁ ଖମାରୀ ମଧ୍ୟ ଏହି ଚଳଚ୍ଚିତ୍ର ବିଷୟ ଲୋକଙ୍କ ବେଶ୍ ମନୋରଞ୍ଜନ ଯୋଗାଇବ ଓ ସମସ୍ତ କଳାକାର ନିଜ ନିଜ ଭୂମିକାକୁ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିଥିବା ସମ୍ମିଳନୀରେ ମତ ରଖିଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଯୋଜକ ଅଶୋକ ମିଶ୍ର ଓ ନିର୍ଦ୍ଦେଶକ ହିମାଂଶୁ ଖମାରୀ ମଧ୍ୟ ସୁନ୍ଦର ଅଭିନୟ କରିଥିବା ଜଣାପଡିଛି । ସେହିପରି ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି ଜୀତେନ୍ଦ୍ର ହୋତା, ଅର୍ଚ୍ଚନା ପାଢି, ଗୋବର୍ଦ୍ଧନ ଭୋଇ, ଲଲିତ ପୂଜାରୀ, ଗଦାଧର, ବେଣୀମାଧବ, କପିଳେଶ୍ୱର ଖମାରୀ, ଚନ୍ଦ୍ରମା, ରାଧା, ଅନୁପ୍ରିୟା, ଦୀଲିପ, ନବୀନ ବେହେରା, ବିଭୁ କଳ୍ୟାଣ, ରିଙ୍କି ତ୍ରିପାଠୀ, ବାବୁ ପୂଜାରୀ, ପ୍ରଦ୍ୟୁମ୍ନ ମହାନ୍ତି, ବିବେକ, ଆଦି, ରମା ଅଭିନୟ କରିଥିବା ପ୍ରଯୋଜନା ସଂସ୍ଥା ଠାରୁ ପ୍ରକାଶ । ଏହି ଶତୃ ଚଳଚ୍ଚିତ୍ର ପାଇଁ କ୍ୟାମେରା ମ୍ୟାନ ଭାବରେ ହରେରାମ ସାହୁ, ଗୀତ ରଚନା କରିଛନ୍ତି କପିଳେଶ୍ୱର ଖମାରୀ, ସଂଗୀତକାର ଜୟପ୍ରକାଶ, କଣ୍ଠଦାନ ମାଧବ ଦାଶ ଓ ଦିଲୀପ ଦୀପ, କାହାଣୀ ଓ ସଂଳାପ ଅଶୋକ ମିଶ୍ର ନିଜ ନିଜ ଚମତ୍କାର ପାରଦର୍ଶିତା ଦେଖାଇଛନ୍ତି ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଅଶୋକ ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ।
Prev Post