centurian jitm

ଡିସେମ୍ବର୧୫ରେ ନିର୍ଝରିଣୀର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

nschool

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ଜି. ଆର. ପେଲେସରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସୂଚନା ଦେଇଛନ୍ତି ଯେ, ପ୍ରତିବର୍ଷ ଭଳି ସାହିତ୍ୟ, କଳା,ସଂସ୍କୃତି ଓ ପରିବେଶର ଉନ୍ନତି, ପ୍ରଚାର ପ୍ରସାର କରିବା ସହିତ ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାଶ ଓ ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠ, ପତ୍ରିକା ଉନ୍ମୋଚନ, ଆଲୋଚନା ଓ ଜନ୍ମ ଜୟନ୍ତୀ ପାଳନ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସ୍ୱର୍ଗତ ନବୀନ ଚନ୍ଦ୍ର ମହାନ୍ତି ସ୍ମୃତି ପୁରଷ୍କାର ପ୍ରଦାନ କରାଯିବ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପରିବେଷଣ କରାଯିବ । ଏହି ବୈଠକରେ ସଭାପତି ରାମଚନ୍ଦ୍ର ସାହୁ, ଉପ ସଭାପତି ସୂର୍ଯ୍ୟକାନ୍ତ ରଣା, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ରବି ନାରାୟଣ ତ୍ରିପାଠୀ, ଅଞ୍ଜଳି ମାଝୀ, ମଞ୍ଜୁଲତା ଧରୁଆ, ମମତା ପଣ୍ଡା, କିଶୋର ବରିହା, ନିରୁପମା ମିଶ୍ର, ମାନସ ରଞ୍ଜନ ଜାଲ, ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଉମେଶ ବେହେରା, ଉମେଶ ବାରିକ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.