
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ଟିଟିଲାଗଡ଼ର ଶିକ୍ଷୟତ୍ରୀ ନିରୁପମା ତ୍ରିପାଠୀ ଓ ସିଆର୍ସିସି ସାଳିନୀ ଶତପଥୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବଲାଙ୍ଗିରର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଟିଟିଲାଗଡ଼ ଘଣ୍ଟାଶୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୁପମା ତ୍ରିପାଠୀଙ୍କ କର୍ତ୍ତବ୍ୟ ପରାୟଣ ଓ ବିଦ୍ୟାଳୟ ପ୍ରତି କର୍ମନିଷ୍ଠତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର(ପ୍ରାଥମିକ ଶିକ୍ଷକ ସମ୍ମାନ ପୁରସ୍କାର) ୨୦୨୪/୨୦୨୫ରେ ସମ୍ମାନିତ କରାଯାଇଛିଫ ସେହିପରି ଟିଟିଲାଗଡ଼ ବ୍ଲକର ସିଆର୍ସିସି ସାଳିନୀ ଶତପଥୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି ଶତପଥୀ ତାଙ୍କର ବିଦ୍ୟାଳୟ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ପାଇଁ ସେ ବର୍ଷ ୨୦୨୩/୨୪ରେ ମଧ୍ୟ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି । ଏହି ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଓ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଡିଇଓ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ଶ୍ରୀମତୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ । ଖବର ପ୍ରଚାରିତ ହେବା ପରେ ନିରୁପମା ତ୍ରିପାଠୀ ଓ ସାଳିନୀ ଶତପଥୀଙ୍କୁ ସହରବାସୀ ଶୁଭେଛା ଜଣାଇଛନ୍ତି । ଏହା ଟିଟିଲାଗଡ଼ ସହର ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ ।