
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବ ଭାରତୀୟସ୍ତରରେ ଜେଇ ମେନ୍ ପରୀକ୍ଷା ଫଳାଫଳରେ ଛତ୍ରପୁର ସହରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଶତପ୍ରତିଶତ କୃତ୍ତିତ୍ଵ ହାସଲ ହୋଇଥିବା ନେଇ ଉକ୍ତ କୃତୀ ଛାତ୍ରଙ୍କ ପରିବାର ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯୋଗ୍ୟ ଯେ’ ସର୍ବଭାରତୀୟ ସ୍ତରରେ ଜେଇ ମେନ୍-୨୦୨୫ ପ୍ରକାଶିତ ପରୀକ୍ଷା ଫଳାଫଳରେ ଛତ୍ରପୁର ସହରାଞ୍ଚଳର ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଶତପ୍ରତିଶତ କୃତ୍ତିତ୍ଵ ହାସଲ କରି ୯୯.୯୩୬୭ % ମାର୍କ ପ୍ରାପ୍ତ କରିଛନ୍ତି । ସେ ବର୍ତ୍ତମାନ ଡି.ଏ.ଭି. ଚନ୍ଦ୍ରଶେଖରପୁର ଠାରେ ଅଧୟନ କରିବା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ପ୍ରାଥମିକ ସ୍ତରରୁ ଛତ୍ରପୁର କାରମେଲ୍ କନଭେଣ୍ଟ ସେକଣ୍ଡାରୀ ସ୍କୁଲ ଛତ୍ରପୁରରେ ଅଧ୍ୟୟନ କରି ଆଇ.ସି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ସମଗ୍ର ଓଡିଶା ଟପ୍ପର ହୋଇଥିଲେ । ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଛତ୍ରପୁର ପାତ୍ରସାହି ବାସିନ୍ଦା ଦୁର୍ଗା ପ୍ରସାଦ ଶତପଥୀ ଏବଂ ରଶ୍ମିତା ଶତପଥୀଙ୍କ ପୁତ୍ର ଅଟନ୍ତି ଏବଂ ବରିଷ୍ଠ ସମାଜସେବା ଆଇନଜୀବି ପ୍ରଶାନ୍ତ ଶତପଥୀଙ୍କ ପୁତୁରା ଅଟନ୍ତି । ଏହି କୃତୀତ୍ୱ ପାଇଁ ସେ ବିଦ୍ୟାଳୟର ସମସ୍ତ ଗୁରୁଜୀ ବୃନ୍ଦ ଏବଂ ପରିବାରର ସମସ୍ତ ଗୁରୁଜନ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଆଗକୁ ଜେଇ ଆଡ଼ଭାନ୍ନ୍ସରେ କୃତୀତ୍ୱର ସହ କୃତକାର୍ଯ୍ୟ ହୋଇ ଜଣେ ଦକ୍ଷ ଆଇ.ଟି. ଇଞ୍ଜିନିୟର ହେବା ପାଇଁ ଆଶା ରଖିବା ସହ ସମସ୍ତ ଗୁରୁଜନ, ଜ୍ଞାନୀ ବିଦ୍ୱାନ୍ ପଣ୍ତିତ ବ୍ୟକ୍ତି ତଥା ଶୁଭେଚ୍ଛୁକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।