ରୋଗୀଙ୍କୁ ଫଳ ବଣ୍ଟନ କଲେ ସତ୍ୟର ସ୍ଵର ପରିବାର

କେସିଙ୍ଗା, (ପ୍ରୀତେଶ ପଟେଲ ) : ସାମାଜିକ ଗଣମାଧ୍ୟମ “ସତ୍ୟ ର ସ୍ୱର ” ପରିବାର ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସତ୍ୟର ସ୍ୱର ପରିବାରର ମୁଖ୍ୟ ସଂଗ୍ରାମ କେଶରୀ ଦେଓଙ୍କ ପୁଅ ଅଂଶୁମାନ ଦେଓ ଏବଂ ସତ୍ୟର ସ୍ୱର ପରିବାରର ସଦସ୍ୟ ଟିକେରାମ ତାଣ୍ଡିଙ୍କ ଜନ୍ମ ଦିବସ ଉପଲକ୍ଷେ ଆଜି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ଓ ବ୍ରେଡ୍ ବଣ୍ଟନ କରାଯାଇଥିଲା ଓ ରୋଗୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ ସତ୍ୟର ସ୍ୱର ପରିବାରର ମୁଖ୍ୟ ସଂଗ୍ରାମ କେଶରୀ ଦେଓଙ୍କ ସହିତ ଅଂଶୁମାନ ଦେଓ, ପରିବାରର ସଦସ୍ୟ ଟିକେରାମ ତାଣ୍ଡି, ଜ୍ୟୋତି ବାବୁ ମହାରଣା ,ମହେଶ୍ୱର ମାଝୀ ଓ ପରମା କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.