
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବାର୍ଷିକ ସତସଙ୍ଗ ଯୋରକଣୀ ଠାରେ ଶନିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଅଛି । ଜଟଣୀ ସତସଙ୍ଗ କେନ୍ଦ୍ରର ସ.ପ୍ର.ରିତ୍ୱିକ ଯୁଝିଷ୍ଠିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ, ଦୂର ଦୂରାନ୍ତରରୁ ଗୁରୁ ମା, ଗୁରୁଭ୍ରାତା, ଯାଜକ, ଅଧୂର୍ଯ୍ୟ କର୍ମୀମାନେ ଯୋଗଦାନ କରିଥିଲେ । ସତ୍ୟାନୁସରଣ ପାଠ କରିଥିଲେ, ରମେଶ ଚନ୍ଦ୍ର ସାମନ୍ତରାୟ ଭାଇ । ଭଜନ, କୋରସ, କୀର୍ତନ ପରିବେଷଣ କରିଥିଲେ । ଜଟଣୀ ସତସଙ୍ଗ କେନ୍ଦ୍ରର ଗୁରୁଭ୍ରାତା ମାନେ ତତ୍ପରେ ପ୍ରାରମ୍ଭିକ ସୂଚନା ସହ ଠାକୁରଙ୍କ ବିଷୟରେ ନିଜର ଅନୁଭୁତି କଥା ଆଲୋଚନା କରିଥିଲେ ରମେଶ ଚନ୍ଦ୍ର ସ୍ୱାଇଁ ଭାଇ । ରାଣୀପଡ଼ାରୁ ଆଗତ ଠାକୁରଙ୍କର ଅଧୂର୍ଯ୍ୟ କର୍ମୀ ଚକ୍ରଧର ତ୍ରିପାଠୀ ଏବଂ ସ.ପ୍ର. ରିତିକ ସାମଲ ଦା , ଠାକୁରଙ୍କର ଦିବ୍ୟଲୀଳା ଏବଂ ସେ କିପରି ମାନବ ପ୍ରେମୀ, ମଣିଷ କାଙ୍ଗାଳ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପରିଶେଷରେ ଧ୍ୱନୀଦେଇଥିଲେ କଣ୍ଠ ପଡ଼ାରୁ ଆଗତ ବସନ୍ତ କୁମାରବାରାଳ ଭାଇ । ଉକ୍ତ ଗ୍ରାମର ଗୁରୁଭ୍ରାତା ପ୍ରଶାନ୍ତ ଭାଇଙ୍କର ନେତୃତ୍ଵରେ, ସୁଦର୍ଶନ ଭାଇ, ଗୁଲା ଭାଇ, ଗୋବିନ୍ଦ ଭାଇ, ଏବଂ ଅନ୍ୟାନ୍ୟ ଗୁରୁ ଭ୍ରାତା, ମାଁ ମାନଙ୍କ ସାହାଯ୍ୟରେ ଅଦ୍ୟମ ଉତ୍ସାହର ସହିତ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ । ସର୍ବପରି ଜଟଣୀରୁ ଆଗତ ଗୁରୁଭ୍ରାତା ବିଭୁଦତ୍ତ ସ୍ୱାଇଁ ଭାଇଙ୍କର ପ୍ରେରଣା ସମସ୍ତ ଗ୍ରାମବାସୀ ମାନଙ୍କ ମନରେସଂଗଠନର ଭାବ, ଭକ୍ତିର ଉତ୍ସାହ ଭରି ଦେଇଥିଲା । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଭାଇ ରମେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।