ଜଗନ୍ନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ଓଡ଼ିଶା ବିଧାନ ସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଅନେକ ବାଧାବିଘ୍ନ ସହି କିଭଳି ୧୦୦ ବର୍ଷ ଅତିକ୍ରମ କରିଛି ଏହି ବିଦ୍ୟାଳୟ ଓ ବର୍ତ୍ତମାନ କଣ ସବୁ ସମସ୍ୟା ରହିଛି, ସେ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିବରଣୀ ପାଠ କରିଥିଲେ । ଏହାପରେ ବ୍ରହ୍ମପୁର ସାଂସଦ, ବିଧାୟକଙ୍କ ସମେତ ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟଟି ୧୦୦‌ ବର୍ଷରେ ପଦାର୍ପଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ପଟ୍ଟା ହୋଇନାହିଁ । ଯାହକି ଏକ ପରିତାପର ବିଷୟ ଅଟେ । ତେଣୁ ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ସ୍କୁଲକୁ ପଟ୍ଟା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ । ସେପଟେ ବିଦ୍ୟାଳୟରେ ପାଣି ସମସ୍ୟାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଖାଇବା ନିମନ୍ତେ ସ୍ୱତନ୍ତ୍ର କୋଠା ନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମସ୍ୟା ବାଦେ ଅନ୍ୟ ଆନୁସଙ୍ଗିକ ସମସ୍ୟାର ମଧ୍ୟ ସମାଧାନ କରାଯିବ କହିଛନ୍ତି ଛତ୍ରପୁର ବିଧାୟକ । ଏହି ଅବସରରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଣ୍ଟ୍ରୋଲର (ସି.ଏଚ.ଏସ୍.ସି.) ଅବିନାଶ ଶତପଥୀ, ସରପଞ୍ଚ-ଜ୍ୟୋତି ସାହୁ, ସମିତିସଭ୍ୟା ବି. ସୋନାଲି ସେନାପତି, ବ୍ଲକ୍ ଉପାଧ୍ୟକ୍ଷ – ଏସ. ଶାରଦା ରେଡ୍ଡି,ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ, କମିଟୀ ସଭାପତି- ଡି. ଡମ୍ବୁରୁ ରେଡ୍ଡୀ, ଗ୍ରାମ୍ୟ କମିଟୀ ସଭାପତି- କେ. ରାମସ୍ଵାମି ରେଡ୍ଡୀ, ସମ୍ପାଦକ -ଯୁଧିଷ୍ଟିର ରେଡ୍ଡୀ, ବି, ଜଗାରାଓ ରେଡ୍ଡୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିବା ବେଳେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ‌ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.