oom

ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକୀ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକ ଜୟନ୍ତୀ ପାଳନ ହୋଇଯାଇଛି । ଏହି ସମାରୋହ ତାଙ୍କ ଗୃହ ଆଗରେ ହୋଇଥିଲା । ଏଥିରେ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ବିଜେପି ସଂଯୋଜକ ଗୋପାଳଜୀ ପାଣିଗ୍ରାହୀ, ପ୍ରବଚକ ବଂଶୀଧର ଦାନୀ, କବୟିତ୍ରୀ ତଥା ଉପସଭାପତି ଅଘରିଆ ସମାଜ ଲିଲି ପଟେଲ, ରାମଚନ୍ଦ୍ର ପଟେଲ ସଚିବ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର, ଡ. ଭବାନୀ ଶଙ୍କର ପଟେଲ ମଂଚାସୀନ ଥିଲେ । ସଂଯୋଜକ ଭାବରେ ନାଟ୍ୟକାର ବିଜୟ ତ୍ରିପାଠୀ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ମନ୍ଦିର ସୁବ୍ରତ କୁମାର ବେହେରା ପରିଚୟ ପ୍ରଦାନ କରିଥିଲେ । ଏହି ସମାରୋହରେ ତାଲପାଲି ରାମଲୀଳାରେ ଅଭିନୟ କରିଥିବା ଜୀବିତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଡାକ୍ତର ରୁଦ୍ର ନାରାୟଣ ପଟେଲ, ମାନସ ସାହୁ, କୁମରମଣି ସେଠ, ଅଜୟ ଶଙ୍କର ପଟେଲ ଓ ନିରାକର ସାଏଙ୍କୁ ସମ୍ମାନିତ କରାଯାଇଥିଲା । ସମାରୋହରେ ଦୁର୍ଗା ପ୍ରସାଦ ସାଏ କମିଟି ତରଫରୁ ଏକ ସ୍ମରଣିକା “ସ୍ମୃତି ତର୍ପଣ” ଉନ୍ମୋଚନ ହୋଇଥିଲା ଓ ନିଶୁଳ୍କ ଭାବରେ ତାହା ଆଗ୍ରହୀ ବ୍ୟକ୍ତିମାନଙ୍କୁ ଉପହାର ଦିଆଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଉପଢୌକନ, ମାନପତ୍ର ତଥା ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ବଲାଙ୍ଗିର ବ୍ରାହ୍ମଣପଡା ରାଧାକୃଷ୍ଣ ମନ୍ଦିରର ସମସ୍ତ ଭକ୍ତ ଯୋଗଦେଇ ଭଜନ କୀର୍ତ୍ତନ କରିଥିଲେ । ବଳିଷ୍ଠ ପ୍ରଧାନ କବିତା ପଠନ କରିଥିଲେ । କବି ଅନୁପ ମେହେର ସଂଗୀତ ଗାନ କରିଥିଲେ । ସଂଗୀତକାର ବିକାଶ ସାହୁ ମଧ୍ୟ ଏଥିରେ ସହଯୋଗ କରିଥିଲେ ଓ ଆର୍ତ୍ତତ୍ରାଣ ବାଗ ଓ ସାଥୀମାନେ ପ୍ରାଥମିକ ସଂଗୀତ ପରିବେଷଣ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର ବଲାଙ୍ଗିରର ଗୁରୁମା କୁମୁଦିନୀ ପୃଷ୍ଟି, ଶୋଭାଗିନୀ ମିଶ୍ର, ବିଦ୍ୟୁତ ରେଖା କର, ଅର୍ପିତା ସାଏ ଓ ସ୍ମୃତିଶିଖା ନନ୍ଦ ସହଯୋଗ କରିଥିଲେ । ଉଦ୍‌ଘୋଷିକା ଭାବରେ କୁମାରୀ ସୁଶୋଭିତା ଗୁରୁଙ୍କ ଅବଦାନ ପ୍ରଶଂସନୀୟ ଥିଲା । ଦୁର୍ଗା ପ୍ରସାଦ ସାଏଙ୍କ ସ୍ମୃତିଗାନ କରିଥିଲେ । ତାଙ୍କ ନାତି ପଂଚାନନ ସାଏ ଏବଂ ଆଶିଷ ପଟେଲ ନବରସ ଉପରେ ଲେମ୍ବୁକୁ ନେଇ ଅଭିନୟ କରିଥିବା ହେତୁ ଦର୍ଶକମାନେ ମୋହିତ ହୋଇଥିଲେ । ଏହି ସମାରୋହରେ ତାଲପାଲି ତଥା ବଲାଙ୍ଗିରର ସାହିତ୍ୟପ୍ରେମୀମାନେ ଅନେକ ସଂଖ୍ୟାରେ ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନିଜ ମତ ରଖିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସରସ୍ୱତୀ ଶିଶୁ ମନ୍ଦିର କଦମପଡା ବଲାଙ୍ଗିର ର ସଂପାଦକ ତରଣୀସେନ ପଟେଲ ଓ ସଭାପତିଙ୍କ ଅଦେଶ ଅନୁସାରେ ସଭା ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.