
● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୮ରେ ପ୍ରବର୍ତ୍ତିତ ନୂଆ ବ୍ୟବସ୍ଥା ମନମୁଖୀ ବେତନ ବୃଦ୍ଧିକୁ ରୋକିବା ସହ ଆର୍ଥିକ ଦକ୍ଷତା ସୁନିଶ୍ଚିତ କରେ
● ରାଜକୋଷ ଉପରେ ଋଣ ଭାର ଓ ଆର୍ଥିକ ସଂକଟ ସତ୍ତ୍ୱେ ମନୋମୁଖୀ ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ବେତନ ବଢ଼ାଇଛନ୍ତି ଅନେକ ରାଜ୍ୟ ସରକାର
ନୂଆଦିଲ୍ଲୀ, (ପିଆଇବି) : ନିକଟରେ ସାଂସଦ ଏବଂ ପୂର୍ବତନ ସାଂସଦଙ୍କ ବେତନ, ଭତ୍ତା ଓ ପେନସନରେ ୨୪% ପ୍ରତିଶତ ବୃଦ୍ଧି ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ସାଧାରଣରେ ବିଭିନ୍ନ ଭ୍ରାନ୍ତଧାରଣା ସୃଷ୍ଟି ହୋଇଛି । ବିଜ୍ଞପ୍ତି ୨୪ ମାର୍ଚ୍ଚ ୨୦୨୪ରେ ପ୍ରକାଶ ପାଇଥିବା ବେଳେ ଏଥିରେ ସାଂସଦମାନଙ୍କର ମାସିକ ବେତନ ୧ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଛି ଯାହାକି ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ । ୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ । ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ । ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କର ଏହି ଦୃଢ଼ ମତକୁ ଆଧାର କରି ସାଂସଦମାନଙ୍କ ପାଇଁ ବେତନ ସଂଶୋଧନ ବ୍ୟବସ୍ଥାକୁ ବଦଳାଇ ଏହାକୁ ସଂସଦ ଦ୍ୱାରା ଏକପାଖିଆ ନିଷ୍ପତ୍ତି ପରିବର୍ତ୍ତେ ମୁଦ୍ରାସ୍ଫୀତି ବୃଦ୍ଧି ସହ ଯୋଡ଼ି ସଂଶୋଧିତ କରିବାକୁ ନିଷ୍ପତ୍ତି ହୋଇଥିଲା । ୨୦୧୮ରେ ପ୍ରବର୍ତ୍ତିତ ନୂଆ ବ୍ୟବସ୍ଥା ବେତନ ସଂଶୋଧନ, ମନମୁଖୀ ବୃଦ୍ଧିକୁ ରୋକିବା ଏବଂ ଆର୍ଥିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ଆଭିମୁଖ୍ୟ ନିଶ୍ଚିତ କରିଥାଏ । ୨୦୧୮ର ଅର୍ଥ ଆଇନ ସଂସଦ ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ଆଇନ, ୧୯୫୪ରେ ସଂଶୋଧନ କରି ସାଂସଦମାନଙ୍କ ବେତନକୁ ମୁଦ୍ରାସ୍ଫୀତି ସହ ଯୋଡ଼ିଥିଲା, ବିଶେଷ କରି ୧୯୬୧ର ଆୟକର ଅଧିନିୟମ ଅନୁଯାୟୀ ପ୍ରକାଶିତ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ (ସିଆଇଆଇ)କୁ ଏଥିରେ ବ୍ୟବହାର କରାଯାଇଥିଲା । ଏହି ସଂଶୋଧନ ପୂର୍ବରୁ ଆଡ୍ ହକ୍ ଆଧାରରେ ବେତନ ସଂଶୋଧନ କରାଯାଉଥିଲା ଏବଂ ପ୍ରତ୍ୟେକ ଥର ପାଇଁ ସଂସଦୀୟ ଅନୁମୋଦନ ଆବଶ୍ୟକ ହେଉଥିଲା । ଏହି ସଂଶୋଧନର ଉଦ୍ଦେଶ୍ୟ ଥିଲା ପ୍ରକ୍ରିୟାକୁ ରାଜନୀତିକରଣ କରିବା ଏବଂ ବେତନ ସମାଯୋଜନ ପାଇଁ ଏକ ବ୍ୟବସ୍ଥିତ ବ୍ୟବସ୍ଥା ପ୍ରବର୍ତ୍ତନ କରିବା । ୨୦୧୮ ସଂଶୋଧନ ପୂର୍ବରୁ ୨୦୧୦ରେ ଶେଷ ସଂଶୋଧନ ହୋଇଥିଲା, ଯେତେବେଳେ ସାଂସଦଙ୍କ ମାସିକ ଦରମା ୧୬,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସଂସଦ ଏକ ବିଲ୍ ପାସ୍ କରିଥିଲା । ଏହି ନିଷ୍ପତ୍ତି ଜନସାଧାରଣଙ୍କ ଦ୍ୱାରା ସମାଲୋଚିତ ହୋଇଥିଲା, କାରଣ ଅନେକ ଏହାକୁ ଅନୁଭବ କରିଥିଲେ ଯେ ସାଂସଦମାନେ ନିଜ ପାଇଁ ତିନିଗୁଣ ବେତନ ବୃଦ୍ଧି କରିଥିଲେ । ତେବେ ମୁଲାୟମ ସିଂହ ଯାଦବ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ସାଂସଦ ଯୁକ୍ତି ବାଢ଼ିଥିଲେ ଯେ ଏହି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ ଏବଂ ଅତି କମରେ ପାଞ୍ଚ ଗୁଣ ଦରମା ବୃଦ୍ଧି ଦାବି କରିଥିଲେ । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ପ୍ରତି ପାଞ୍ଚ ବର୍ଷରେ ସାଂସଦମାନଙ୍କ ଦରମା ସ୍ୱୟଂକ୍ରିୟ ଭାବେ ସଂଶୋଧିତ ହୋଇଥାଏ । ୨୦୧୮ରେ ମୂଳ ଦରମା ମାସିକ ୧ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା, ଯେଉଁଥିରେ ଅତିରିକ୍ତ ଭତ୍ତା ସହିତ ୭୦,୦୦ ଟଙ୍କା ନିର୍ବାଚନ ମଣ୍ଡଳୀ ଭତ୍ତା ଏବଂ ୨,୦୦୦ ଟଙ୍କା ଦୈନିକ ଭତ୍ତା ସହିତ ଅନ୍ୟାନ୍ୟ ସୁବିଧା ଯେପରିକି ମାଗଣା ଆବାସ, ଯାତ୍ରା ଏବଂ ଉପଯୋଗିତା ଖର୍ଚ୍ଚ ସାମିଲ ରହିଛି । ଏବେ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ମୁତାବକ, ସାଂସଦମାନେ ମାସିକ ୧.୨୪ ଲକ୍ଷ ଟଙ୍କାର ବେତନ ପାଇବେ । ସାତ ବର୍ଷ ମଧ୍ୟରେ ସେମାନଙ୍କର ବେତନ ୨୪% ବଢ଼ିଛି । ଏହାର ଅର୍ଥ ହେଉଛି ବାର୍ଷିକ ପ୍ରାୟ ୩.୧% ବୃଦ୍ଧି ପାଇଛି । ବେତନ ସଂଶୋଧନ ଉଦ୍ଦେଶ୍ୟମୂଳକ ଏବଂ ସ୍ୱଚ୍ଛ, ସ୍ୱେଚ୍ଛାଚାରୀ ନିଷ୍ପତ୍ତି ପରିବର୍ତ୍ତେ ଏକ ପ୍ରତିଷ୍ଠିତ ଅର୍ଥନୈତିକ ସୂଚକ ଉପରେ ନିର୍ଭରଶୀଳ ହେବା ଏହି ପ୍ରକ୍ରିୟା ସୁନିଶ୍ଚିତ କରିଛି । ଫଳସ୍ୱରୂପ, ବାରମ୍ବାର ସଂସଦୀୟ ବିତର୍କ କିମ୍ବା ରାଜନୈତିକ ହସ୍ତକ୍ଷେପର ଆବଶ୍ୟକତା ବିନା ବେତନ ସଂଶୋଧନ ବ୍ୟବସ୍ଥିତ ଭାବରେ ଘଟିଥାଏ । ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ସମୟରେ ଏକ ଅସାଧାରଣ ପଦକ୍ଷେପ ସ୍ୱରୂପ ସରକାର ୨୦୨୦ ଏପ୍ରିଲରେ ଗୋଟିଏ ବର୍ଷ ପାଇଁ ସାଂସଦ ଏବଂ ମନ୍ତ୍ରୀଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିଥିଲେ । ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସମ୍ବଳ ବୃଦ୍ଧିରେ ସହାୟତା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହା ସଂକଟ ମୁକାବିଲା ଓ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଥିଲା । ସବୁ ମନ୍ତ୍ରୀ, ସାଂସଦଙ୍କ ପାଇଁ ଏହା ଲାଗୁ ହୋଇଥିଲା ଏବଂ ଗୋଟିଏ ବର୍ଷ ଧରି ଜାରି ରହିଥିଲା । ସାଂସଦମାନଙ୍କ ପାରିଶ୍ରମିକକୁ ନିୟନ୍ତ୍ରଣ କରୁଥିବା ଢାଞ୍ଚାଗତ ପ୍ରକ୍ରିୟାକୁ ବୁଝିବା ପରିବର୍ତ୍ତେ ଏହି ବୃଦ୍ଧିକୁ ନେଇ ସମାଲୋଚନା ମୁଖ୍ୟତଃ ଭୁଲ ଧାରଣାରୁ ଉପୁଜିଛି । ଅନେକ ରାଜ୍ୟ ସରକାର ନିଜସ୍ୱ ଦରମା ନିର୍ଦ୍ଧାରଣ କରିବା ପାଇଁ ଏକ ସ୍ୱେଚ୍ଛାଚାରୀ ଏବଂ ଅସ୍ଥାୟୀ ବ୍ୟବସ୍ଥା ଅନୁସରଣ କରି ନିଜକୁ ଅସାଧାରଣ ଭାବେ ଉଚ୍ଚ ବର୍ଦ୍ଧିତ ଦରମା ପ୍ରଦାନ କରୁଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସଂସଦରେ …
[9:23 AM, 3/26/2025] ଝରଣା Sister 😍: