centurian jitm

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଅଖିଳ ଭାରତୀୟ ସ୍ତରରେ ଏକ ବିକଶିତ ଭାରତ ସମ୍ପର୍କୀତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ୨୧ ଓ ୨୨ ତାରିଖ, ଦୁଇ ଦିନ ଧରି ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦେଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ ସମ୍ମାନିତ ଅତିଥି, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ମାରିୟାନୁଷ ବିଲୁଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ୱଭାବ ସୃଷ୍ଟି କରିବା ସହ ଦେଶପ୍ରେମ ଜାଗ୍ରତ କରିବ ବୋଲି ମତ ରଖିଥିଲେ । ସୂଚନାଯୋଗ୍ୟ ଯେ ଆଲୋଚ୍ୟ ପ୍ରସଙ୍ଗ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିକଶିତ ଭାରତକୁ ରାସ୍ତା ସମ୍ପର୍କରେ ସୁନ୍ଦରଗଡ ଜିଲ୍ଲା ଓ ଦେବଗଡ଼ ଜିଲ୍ଲାର ୫୫ ଟି ମହାବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୫୦ ଜଣ ଛାତ୍ରଛାତ୍ରୀ ଓ ସେଥିମଧ୍ୟରୁ ୧୦ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ଯୋଗଦେବା ପାଇଁ ମନୋନୀତ ହୋଇଥିଲେ । ଏହି ପ୍ରସଙ୍ଗରେ ବିଚାରକ ଭାବେ ପ୍ରାକ୍ତନ ରିଡର ପ୍ରଦୀପ କୁମାର ମିଶ୍ର, ଆସିଷ୍ଟାଣ୍ଟ ପ୍ରଫେସର ଅଭୟ କୁମାର ହୋତା, ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଜଗନ୍ନାଥ ଜେ ପାଢ଼ୀ, ଅଧ୍ୟାପକ ଅର୍ଘାଦୀପ ବାନାର୍ଜୀ, ଅଧ୍ୟାପିକା ସୁଦିପ୍ତୀ କେର୍କେଟା ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ଆର ଏଣ୍ଡ ବିର ସୁପରିଟେଣ୍ଡେଣ୍ଟ ଆଲୋକ ନାୟକ ଓ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଚନ୍ଦ୍ରଲେଖା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ଶେଷରେ ପ୍ରୋଗ୍ରାମିଙ୍ଗ ଅଫିସର ଅଧ୍ୟାପିକା ଡ଼ଃ ଦିବ୍ୟକାନ୍ତୀ ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ୧୦ ଜଣ ଚୟନିତ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଓ ଏହି ପ୍ରତିଯୋଗିତାରେ ଉନ୍ନୀତ ପ୍ରତିଯୋଗୀ ସର୍ବଭାରତୀୟ ସ୍ତରରେ ସଂସଦ ତର୍କ ବିତର୍କରେ ଭାଗ ନେବାର ସୁଯୋଗ ପାଇବେ ଓ ପୁରସ୍କୃତ ହେବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀ ଠାରେ ବିକଶିତ ଭାରତର ସଂକଳ୍ପ ଓ ସିଦ୍ଧି ସମ୍ପର୍କରେ ଜାଗରଣ ସୃଷ୍ଟି କରି ତାର ସଫଳ ରୂପାୟନ କରିବା ହିଁ ଆଶା କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ପ୍ରଜ୍ଞା ପରମିତା ମହାପାତ୍ର, ଦୀପ୍ତି ସୋରେନ, ନୀତୁ ସେଠ୍, ଡ଼ଃ ସୁନିତା ମିଶ୍ର, ପ୍ରଭାତ ଅଗ୍ରୱାଲ, ଭାଗ୍ୟଲକ୍ଷ୍ମୀ ବେହେରା, ଓମ୍ ବାହାଦୁର, ସଞ୍ଜୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.