‘ମେକ୍ ଇନ୍ ଇଣ୍ଡିଆ’ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିବା ସହ ଏହି ଯୋଜନାକୁ ସଶକ୍ତ କରିଥିବା ଅଭିନବ ତଥା ସମ୍ବଳ ସୃଷ୍ଟିକାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଯେଉଁମାନେ ସଶକ୍ତ କରିଛନ୍ତି ସେହି ନବସୃଜନକାରୀ ତଥା ସମ୍ବଳ ସୃଷ୍ଟିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ଏବଂ ଆମର ଯୁବଶକ୍ତିଙ୍କୁ ବଡ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଛି । ମେକ୍ ଇନ୍ ଇଣ୍ଡିଆ ଉପରେ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଲିଙ୍କଡ୍ଇନରେ ପଢ଼ା ଯାଇପାରିବ ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି;
ପ୍ରତ୍ୟେକ ଅଭିନବ ସୃଜନକାରୀ ଏବଂ ସମ୍ବଳ ସୃଷ୍ଟିକାରୀଙ୍କୁ ନମସ୍କାର, ଯିଏ @ମେକ୍ଇନ୍ ଇଣ୍ଡିଆ ଚିନ୍ତାଧାରାକୁ ଅଧିକ ସଶକ୍ତ କରିଛନ୍ତି । ଏହି ପଦକ୍ଷେପ ଅଭିବୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିଛି ଏବଂ ଆମର ଯୁବଶକ୍ତିଙ୍କୁ ବଡ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଛି । @ଲିଙ୍କଡ୍ଇନରେ କିଛି ଚିନ୍ତାଧାରା ଲେଖିଛି । https://www.linkedin.com/pulse/10-years-make-india-narendra-modi-sb2if? #10YearsOfMakeInIndia”

Leave A Reply

Your email address will not be published.