ଜରୁରୀକାଳୀନ ପରବର୍ତ୍ତୀ ସ୍ଥିତି ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୫୦ ବର୍ଷ ତଳର ଜରୁରୀ କାଳୀନ ପରିସ୍ଥିତିର ପରବର୍ତ୍ତୀ କାଳୀନ ସଂସଦର ଆଲୋଚନାଚକ୍ରର ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଅଙ୍କୁଶ ବର୍ମାଙ୍କ ଆବାହକତ୍ଵରେ ଆୟୋଜିତ ଏହି ପ୍ରତିଋପ କର୍ମଶାଳାରେ ଇପ୍ସିତା ବିଶ୍ୱାଳ ବାଚସ୍ପତି ଭୂମିକା ନିର୍ବାହ କରିଥିଲାବେଳେ ସର୍ବଶ୍ରୀ ରଞ୍ଜିତ ମହାରଣା, ଆଶିଷ କୁମାର ବେହେରା, ଶୁଭମ ପଢିଆରୀ, ସଦାନନ୍ଦ ସା, ଦେବିଶିଷ ଲେଙ୍କା, ଆଦିତ୍ୟ ତିୱାରୀ, ଶେଷାଦ୍ରୀ ପାଣ୍ଡେ, କାବ୍ୟାଶ୍ରୀ ଚଇନି, ରାମଚନ୍ଦ୍ର ସାହୁ, ଅଭିଷେକ କୁମାର ସିଂ, ସୋନମ୍ ଗିରି ପ୍ରମୁଖ ଶାସକ ବିଜେପି ସାଂସଦ ଓ ସର୍ବଶ୍ରୀ ପ୍ରଶାନ୍ତ ଦାସ, ଯତିନ ବଡା, ମୁକେଶ ଶର୍ମା, ରୋହିତ ରାୟ ପ୍ରମୁଖ ବିରୋଧୀ କଂଗ୍ରେସ ଦଳର ସାଂସଦ ରୂପେ ନିଜ ନିଜର ପକ୍ଷ ରଖିଥିଲେ । ଛେଣ୍ଡ ସ୍ଥିତ ମେଫେୟାରକୁ ଲୋକସଭା ଭଳି ସଜାଇ ଏକ ନୂତନ ଢଙ୍ଗରେ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ଆଦିତ୍ୟ ତ୍ରିବେଦୀ ଏ ସମ୍ପର୍କରେ ପ୍ରସ୍ତାବ ରଖିଥିଲା ବେଳେ ଆଲୋଚନା ପାଇଁ ସର୍ବସମ୍ମତି କ୍ରମେ ଗୃହମତ ରଖାଯାଇଥିଲା । ଶାସକ ଦଳର ସଦସ୍ୟମାନେ ୫୦ ବର୍ଷ ତଳର ତତ୍କାଳୀନ କଂଗ୍ରେସ ସରକାରଙ୍କ ଜରୁରୀ କାଳୀନ ପରିସ୍ଥିତିକୁ ଏକ ଐତିହାସିକ କଳଙ୍କ, ସାଧାରଣ ଜନତାଙ୍କ ମୈ।ଳିକ ଅଧିକାର କ୍ଷୁର୍ଣ୍ଣ, ଗଣତନ୍ତ୍ରର ହତ୍ୟାକାରୀ, ମାନବ ଅଧିକାର ଉଲଂଘନ, ଗଣମାଧ୍ୟମର କଣ୍ଠରୋଧ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କ ଭୂମିକାକୁ ଦୋଷାରୋପ କରିଥିଲାବେଳେ ବିରୋଧୀ ଦଳରେ ଥିବା ସଦସ୍ୟ ମାନେ ଜରୁରୀକାଳୀନ ଅବସ୍ଥାକୁ ତତ୍କାଳୀନ ସମୟର ଆବଶ୍ୟକତା, ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ଶାସକ ଦଳର କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ । ସାଧାରଣତଃ ଲୋକସଭାରେ ଶାସକ ଓ ବିରୋଧି ଦଳର ସଦସ୍ୟମାନଙ୍କ ଆଚରଣ ଓ ଉଚ୍ଚାରଣକୁ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଉରକେଲା ବିଜେପି ସଭାପତି ପୂର୍ଣ୍ଣିମା କେରକେଟା, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ଭଞ୍ଜ, ସୁଜିତ୍ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସର୍ବଶ୍ରୀ ମିଟୁ ବେହୁରିଆ, ବୁଲୁ ପୁହାଣ, ସତ୍ୟ ଶର୍ମା, ସୁବ୍ରତ ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ସଦସ୍ୟମାନଙ୍କ ବକ୍ତବ୍ୟର ମୂଲ୍ୟାୟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସୋସିଆଲ ମିଡ଼ିଆ ପ୍ରଭାରୀ ପ୍ରିତିଶ ଦେବାଶିଷ, ନୀରଜ ଚତୁର୍ବେଦୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ବର୍ମା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.