
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ୧୧ ନଂ ୱାର୍ଡର ସଭ୍ୟ ଜିତେନ୍ଦ୍ର ହେର୍ଣ୍ଣା ଦାୟିତ୍ୱ ଗ୍ରହଣ କରିବେ ବୋଲି ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୧୬/ ତା. ୦୮. ୦୫. ୨୦୨୫ ଅନୁସାରେ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କେସିଙ୍ଗା ବ୍ଲକ ବିଡିଓ ଜନ୍ମେଞ୍ଜୟ ସ୍ୱାଇଁ ଓଜିପି ସେକ୍ସନ୍ ୨୧ ଅଫ୍ ସବ୍ ସେକ୍ସନ ୪ ଅଫ୍ ଓଜିପି ଆକ୍ଟ ୧୯୬୪ ଅନୁଯାୟୀ ଉତ୍କେଲା ପଞ୍ଚାୟତର ୧୧ନଂ ୱାର୍ଡ ମେମ୍ବର ଜିତେନ୍ଦ୍ର ହେର୍ଣ୍ଣାଙ୍କୁ ମନୋନୀତ କରିଥିବାରୁ ଉପ ଜିଲ୍ଲାପାଳ ଭବାନୀପାଟଣା ତାଙ୍କୁ ସରପଞ୍ଚ ପଦବୀରେ ନିଯୁକ୍ତି ଦେବେ ବୋଲି ଜଣାପଡିଛି । ଅନ୍ୟପକ୍ଷେ ଉପ ଜିଲ୍ଲାପାଳ ଭବାନୀପାଟଣାଙ୍କ ପରବର୍ତ୍ତୀ ଆଦେଶ ଅନୁସାରେ ନିୟମିତ ସରପଞ୍ଚ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଶ୍ରୀ ହେର୍ଣ୍ଣା ସରପଞ୍ଚ ଦାୟିତ୍ୱ ନିର୍ବାହ କରିବେ ।