ସର୍ପାଘାତରେ ଯୁବକ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଏହି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ମାନସ ବୋଲି ଜଣାପଡିଛି । ସୂଚନା ଅନୁସାରେ ମାନସ ଶନିବାର ସକାଳ ୭ଟା ସମୟରେ ବିଲକୁ ଘାସ କାଟିବାକୁ ଯାଇଥିଲେ । ଘାସ କାଟୁଥିବା ସମୟରେ ଅଜାଣତରେ ଏକ ବିଷଧର ସାପ କାମୁଡି ଦେଇଥିଲା । ସେଠାରେ ମୁଣ୍ଡ ବୁଲାଇବାରୁ ଘରକୁ ପଳାଇ ଆସିଥିଲେ । ଘରେ ଗୁରତର ହେବାରୁ ତାଙ୍କୁ ପରିବାର ଲୋକେ ବଡଚଣା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବଡଚଣା ପୋଲିସ ମେଡିକାଲରେ ପହଞ୍ଚ ଶବ ଜବତ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.