oom

କାରଖାନାରେ ଅଘଟଣ : ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ୍ୟୁ ଅଭିଯୋଗ

jsmm

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଶ୍ରୀମେଟାଲିକ୍ କାରଖାନାରେ ଅଘଟଣ । ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର କନ୍ୟାବେଡା ଗାଁର ବିକାଶ ଦାଶ(୩୦ ବର୍ଷ) । ସୂଚନା ମୁତାବକ, ବିକାଶ ରବିବାର ସକାଳେ ଏ’ ସିଫ୍ଟ ଡ୍ୟୁଟି ପାଇଁ ଶ୍ରୀମେଟାଲିକ୍ କାରଖାନାକୁ ଯାଇଥିଲେ । ୧୫ ଫୁଟର ଉଚ୍ଚରେ ଲୁହା ପ୍ଲେଟ ଡ୍ରିଲ୍ ମାରୁଥିବା ବେଳେ କୌଣସି କାରଣବଶତଃ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁ ପରେ ମେଡିକାଲ୍‌ରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଖବର ପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.