oum

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

jsm

ବ୍ରହ୍ମପୁର : ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ସରିତା ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି । ଶ୍ରୀମତୀ ପଣ୍ଡା ଜଣେ ସମାଜସେବୀ ଭାବେ ଗତ ଦୁଇ ଦଶନ୍ଧି ଧରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ସମାଜ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । ମାଟି ପାତ୍ରରେ ରୋଷେଇ କରିବା, ମାଟି ହାଣ୍ଡି ବ୍ୟବହାର କରିବା, ପାରମ୍ପରିକ ଉପାୟରେ ରୋଷେଇ କରିବା ନେଇ ସେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ସେହିପରି ବିଭିନ୍ନ ବସ୍ତିରେ ଲୋକମାନଙ୍କ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ସେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଅନେକ ବର୍ଷ ହେଲା ମାଟି କାମ ସହିତ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା, ନାରୀ ସ୍ୱାବଲମ୍ବୀ, ଯୁବପିଢିଙ୍କୁ ସଶକ୍ତ, ପିଲାଙ୍କ ବିକାଶ ଇତ୍ୟାଦି କାର୍ଯ୍ୟକ୍ରମ କରୁଛନ୍ତି । ଏହାସହ କମ ବଜେଟରେ ଅନେକ କାମ ଆରମ୍ଭ କରି ଅନେକ ଲୋକଙ୍କୁ ନିଯୁକ୍ତି ପ୍ରଦାନ, ପାରିବାରିକ ଶୃଙ୍ଖଳା ଯେମିତି ବଜାୟ ରହିବ ଏବଂ ଆମ ପରମ୍ପରା କିପରି ଉଜ୍ଜିବିତ ରହିବ ସେଥିପ୍ରତି ଦୃଷ୍ଟି ଦେବେ । ନିକଟର ସେ ମୁଖ୍ୟମନ୍ତ୍ରୀ ଓ ୫- ଟି ସଚିବଙ୍କୁ ଭେଟିବାକୁ ଯିବେ । ଏ ନେଇ ତାଙ୍କୁ ଡାକରା ଆସିଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଲୋକଙ୍କ ସେବା କରିବା ମୋ’ ଜୀବନର ଲକ୍ଷ୍ୟ । ସେ କହିଛନ୍ତି ବ୍ରହ୍ମପୁରର ବିକାଶ ଯେଭଳି ହେବା କଥା ତାହା ହୋଇପାରିନି । ବ୍ରହ୍ମପୁରବାସୀଙ୍କ ଅନେଗୁଡ଼ିଏ ମୌଳିକ ସମସ୍ୟା ରହିଯାଇଛି । ଯାହାକୁ ସମାଧାନ କରିବା ପାଇଁ ମୁଁ ପ୍ରାଣେ ପଣେ ଉଦ୍ୟମ ଜାରି ରଖିଛି । ପ୍ରତିନିଧି ବନିବା ହେଉଛି କେବଳ ଏକ ମାଧ୍ୟମ । ଜନ ପ୍ରତିନିଧି ହିସାବରେ ସରକାରଙ୍କ ନିକଟରେ ମୋର ଦାବୀ ରହିବ ଯେ ବ୍ରହ୍ମପୁରବାସୀଙ୍କ ଜୀବନ ଧାରଣର ମାନକୁ କିପରି ଉନ୍ନତ କରିହେବ । ଲୋକମାନଙ୍କ ଟିକସ ଅର୍ଥକୁ ସଠିକ୍‌ ବାଟରେ ବିନିଯୋଗ କରିବା ମୋ ଜୀବନର ମୂଳମନ୍ତ୍ର ରହିବ । କାରଣ ଲୋକଙ୍କ ଟିକସ ଅର୍ଥ ଯେଉଁସବୁ ଯୋଜନାରେ ବିନିଯୋଗ ହେଉଛି ତାହାର ମାଲିକ ହେଉଛନ୍ତି ସାଧାରଣ ଜନତା । ତେଣୁ ସାଧାରଣ ଜନତାଙ୍କ ଟିକସ ଅର୍ଥ ଯେପରି ବାଟ ମାରଣା ହେବନାହିଁ ସେ ଦିଗରେ ମୁଁ ପଦକ୍ଷେପ ଗ୍ରହଣ କରିବି ।

Leave A Reply

Your email address will not be published.