ଆଦର୍ଶ ଶିକ୍ଷକ ପୀତବାସଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ପୀତବାସ ପଧାନ (୮୧)ଙ୍କ ବିୟୋଗର ଏକାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଶନିବାର ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପୀତବାସଙ୍କ ଫୋଟୋ ଚିତ୍ର ରଖି ଧୂପ ଦୀପ ଦେଇ ପୂଜା କରି ସଜା ଯାଇଥିଲା ତାଙ୍କର ଫୋଟୋ ଚିତ୍ରକୁ । ଏନେଇ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମର ଗୌନ୍ତିଆ କ୍ଷମାନିଧି ଭୋଇ ସଭାପତିତ୍ୱ କରିଥିବା ବେଳେମୁଖ୍ୟ ଅତିଥି ପଣ୍ଡିତ ତଥା ସରପଞ୍ଚ ବୈଦ୍ୟନାଥ ମିଶ୍ର ସମ୍ମାନିତ ଅତିଥି, କଳାକାନ୍ନହୁ ସାହୁ, ଗୌରହରୀ ପଧାନ ଯୋଗଦେଇ ପ୍ରଥମେ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ଆଦର୍ଶ ଶିକ୍ଷକ ପୀତବାସ ପଧାନ ୪୦ ବର୍ଷ ଯାଏଁ ଖପ୍ରାଖୋଲ, ଜାମଚୁଆ, ଫୁଲକିମୁଣ୍ଡା, ଷୋଳବନ୍ଧ, ସାନବୁଡେନ ସ୍କୁଲମାନଙ୍କରେ ଶିକ୍ଷକତା କରି ଅବସର ନେଇଥିଲେ, ଓ ଧଣ୍ଡାମୁଣ୍ଡା ଅଂଚଳରେ ତାଙ୍କର ବେଶ ସମସ୍ତଙ୍କର ପରିଚିତ ଥିଲେ, ସେ ମୃତ୍ୟୁ ପର୍ଯ୍ୟନ୍ତ କାହାରିକି ଦୁଃଖ ଦେଇ ନାହିଁ କି କାହାକୁ କଟୁ କଥା କହି ନାହିଁ ବୋଲି ଅତିଥି ମାନେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ବଲାଙ୍ଗିର, ଖପ୍ରାରାଖୋଲ, ବରଗଡ, ସୋନପୁର, ନୂଆପଡା ଜିଲ୍ଲାରୁ ଅନେକ ବନ୍ଧୁ ପରିଜନ ଏକତ୍ରିତ ହୋଇଥିଲେ । ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ତାଙ୍କର ଆତ୍ମାର ଶାନ୍ତି ପାଇଁ । ଏହି ଅବସରରେ ପ୍ରକୃତି ବନ୍ଧୁ ବଡ ଶତପଥୀ ଓ ତାଙ୍କର ସହଧର୍ମିଣୀ ଚନ୍ଦ୍ରକାନ୍ତି ଶତପଥୀ ଗୋଟିଏ ଅଶୋକ ବୃକ୍ଷ ପ୍ରଦାନ କରିଥିଲେ ତାଙ୍କର ବଡ଼ ପୁଅ ଧିରେନ ପଧାନ ଓ ତାଙ୍କର ବିଧବା ପତ୍ନୀ ଦୁତିକା ପଧାନଙ୍କୁ ଗୌନ୍ତିଆ ଝସକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଅତିଥି, ବନ୍ଧୁ ବାନ୍ଧବମାନେ ଅନ୍ନ ପ୍ରସାଦ ଭୋଜନ କରିଥିଲେ ।

Leave A Reply

Your email address will not be published.