ସର୍ବ ଭାରତୀୟ ରାମଧୂନ କପ୍ ଫୁଟବଲ୍

  • ସେମିଫାଇନାଲରେ ଭୁବନେଶ୍ୱର ଜଗା ୟୁନାଇଟେଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍‌ ଠାରେ ସୋନପୁର ରାମଧୂନ କ୍ଲବ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଚାଲିଥିବା ୧୭ତମ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁଲ-ବିର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆଜି ଭୁବନେଶ୍ୱର ଜଗା ୟୁନାଇଟେଡ ଏବଂ କଲିକତା ନାଇଜେରିଆନ ଇଲେଭେନ ମଧ୍ୟରେ ହୋଇଥିଲା । ଭୁବନେଶ୍ୱର ଦଳ ୨-୧ ଗୋଲରେ କଲିକତା ଦଳକୁ ପରାସ୍ତ କରି ଦ୍ଵିତୀୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ମୁଖ୍ୟ ରେଫରି ଭାବେ ସଞ୍ଜୀବ ସାହୁ, ସହ‌ଯୋଗୀ ଭାବେ ସୁଜିତ ରାଜହଂସ, ଅଜୟ ପଧାନ, ସୁଶାନ୍ତ ବାଗ, ମ୍ୟାଚ କମିଶନର ଭାବେ ଭୁକୁଲୁ ବକ୍ସି ଖେଳ ପରିଚାଳନା କରିଥିଲେ । ଆଜି ମୁଖ୍ୟଅତିଥି ଭାବେ ସୁବଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ସୋନପୁର ବିଡିଓ ପ୍ରତୀକ କର, ରାମଧୂନ କ୍ଲବ ଉପଦେଷ୍ଟା ତଥା ଆଇନଜୀବୀ ନନ୍ଦକିଶୋର ତ୍ରିପାଠୀ, ସ୍ୱତନ୍ତ୍ର ଅତିଥି ଭାବେ କଲିକତା ଦଳର ଫ୍ରାଞ୍ଚାଇଜ୍ ଚନ୍ଦ୍ରମା ମୋଟର୍ସ୍‌ର ପ୍ରଶାନ୍ତ କୁମାର ବାବୁ ଏବଂ ଭୁବନେଶ୍ୱର ଦଳର ଫ୍ରାଞ୍ଚାଇଜ୍ ଶୁଭାଶିଷ ରଥ, ଜିଲ୍ଲା ଟ୍ରାକ୍ଟର ଆସୋସିଏସନ୍ ସଭାପତି ଶିବ ନାରାୟଣ ବହିଦାର, ସଂପାଦକ କୋଶଳେଶ୍ଵର ବହିଦାର ପ୍ରମୁଖ ଯୋଗଦେଇ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ଭୁବନେଶ୍ୱର ଦଳର ଏକଲବ୍ୟ ଲାଖୁଆଙ୍କୁ ପୁରସ୍କୃତ କରିଥିଲେ । ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡ଼ା ସଂଘ ସଂପାଦକ ପୀୟୁଷ ପଣ୍ଡା, ରାମଧୂନର କ୍ଲବ ସଦସ୍ୟ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ବୁବୁନ ନାଏକ, ବାଲଗୋପାଲ ମିଶ୍ର, ପ୍ରୀତମ ସରାଫ, ରିକୁନ ନାଏକ, ସିପୁନ ନାଏକ, ସୁରଜ ସାହୁ, ଚନ୍ଦନ ସାହୁ, ବିଦ୍ୟାଧର ମିଶ୍ର, ମଦନ ସାହୁ, ରଜତ ସାହୁ, ରଞ୍ଜିତ ସାହୁ, ଜଗନ୍ନାଥ ସାହୁ, ସନତ ହୋତା, ସଦା ସାହୁ, ଗୁରୁ ଦଳାଇ, ବୁଠି ଦଳାଇ, ଚନ୍ଦନ ବେହେରା, ଅଂଶୁମାନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.