
ବଲାଙ୍ଗୀର, (କେପିଏନ୍ଏସ୍) : ବଲାଙ୍ଗିର ସହର ମାଲପଡ଼ା ନିବାସୀ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପି. ପି. ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ସେ ଆଇ. ଡି. ଏମ ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମେନ ଥିଲେ । ପି ପି ଏକାଡେମୀ ସ୍କୁଲର ଏନ୍ ସି ସି ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେହିପରି ସେ ଜଣେ ଜେଭଲିନ ଖେଳାଳି ମଧ୍ୟ ଥିଲେ ଓ ଏସିଆଡ ଗେମରେ ଅଂଶ ଗ୍ରହଣ କରିଥିଲେ । ସେ ଜଣେ ମିଷ୍ଟାବାସୀ, ସରଳ ବ୍ୟକ୍ତିତ୍ଵ ଥିଲେ । ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦୀକ୍ଷିତ ମଧ୍ୟ ପି ପି ଏକାଡେମୀ ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବଡପୁଅ ଶଶି ଭୂଷଣ, ବଡବହୁ ବବିତା, ମଝିଆ ପୁଅ ନିଶାନ୍ତ ଓ ଅର୍ଚ୍ଚିତା ସାନ ପୁଅ ପ୍ରଶାନ୍ତ ଓ ଶୀତଳ, ଝିଅ ଧାରାପ୍ରଭ। ଜୋଇଁ ସୁବ୍ରତ ସାନ ଝିଅ ମୋନାଲିସା ଜୋଇଁ, ଅନୁପ ମୃତ ସମୟରେ ଉପସ୍ଥିତ ଥିଲେ । ବିଭୁତିପଡ଼ା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ଶଶି ମୁଖାଗ୍ନି ଦେଇଥିଲେ । ଏଥିରେ ତାଙ୍କର ଅନେକ ଛାତ୍ର ସହିତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।