ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ସ୍ୱଦେଶୀ ବାବୁଗେନୁ ବଳିଦାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ବାବୁଗେନୁ ବଳିଦାନ ଦିବସ ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ସ୍ୱଦେଶୀ ସପ୍ତାହ ପାଳନ ସମାରୋପ ଆଜି ହୋଇଥିବା ବେଳେ ନିତ୍ୟାନନ୍ଦ ପଧାନ ବାବୁଗେନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ବିଜୟ କୁମାର ସରାଫ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ସ୍ୱଦେଶୀ ପ୍ରମୁଖ ପଦ୍ମିନୀ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ କଥନ କରିଥିଲେ । ସ୍ୱଦେଶୀ ଦ୍ରବ୍ୟ ଗ୍ରହଣ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ସ୍ୱଦେଶୀ ସମ୍ପର୍କରେ ନାଟିକା ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.