ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ

ଚୁଡା଼ପାଲି : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଗ୍ରାମର ଢ଼ୁଲୁ଼ୁସର ଠାରେ ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସଭାପତି ପାକଲା କୁମୁରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କାର୍ଯ୍ୟକାରୀ କମିଟି ମଧ୍ୟରେ ଏକ ସମୀକ୍ଷା ବୈଠକ କରାଯାଇଥିଲା । ବୈଠକରେ ସଭ୍ୟ ହୃଷିକେଶ କୁମୁରା ବିବରଣୀ ପାଠ କରିଥିବା ବେଳେ ବିରଞ୍ôଚି ମାଝୀ ସମାଜର ଉନ୍ନତି ସମ୍ପର୍କରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ଧରୁଆ, ଜଳ ଧରୁଆ, ନାରାୟଣ କଅଁର, ବୃନ୍ଦା ରାୟ, ଅର୍ଜୁନ ଧରୁଆ, ବୈକୁଣ୍ଠ ଧରୁଆ, ପବିତ୍ର ଧରୁଆ, ତୁଳାକର୍ଣ୍ଣା ଧରୁଆ, ନିରଞ୍ଜନ ଧରୁଆ, ରାମେଶ୍ୱର ଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.