
ବଙ୍ଗୋମୁଣ୍ଡା : ଗତ ୨୬ ତାରିଖ ରାତିରେ ବଙ୍ଗୋମୁଣ୍ଡା ୨୦ ନଂ. ଜୋନ୍ର ଭୋଟ ଗଣତି ସରିବା ପରେ ବେଲପଡ଼ା ପଞ୍ଚାୟତର ସରପଞ୍ଚ ଅଞ୍ଜନା ମେହେରଙ୍କ ଚାରିଚକିଆ ଗାଡ଼ିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ପୁଣି ଆଜି ସକାଳୁ ସେହି ଜଳିଥିବା ଗାଡ଼ିକୁ ପୁଣିଥରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିର୍ବାଚନୀ ହିଂସା କାରଣରୁ ଏହିପରି ଅଗ୍ନିକାଣ୍ଡ ଘଟାଇଥିବା ଆଲୋଚନା ହେଉଛି ।