centurian jitm

ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ତାଲପାଲି ଛକ ଠାରୁ କଟାବାହାଲ ଗ୍ରାମକୁ ସଂଯୋଗ କରିଥିବା ରାସ୍ତାଟି ଦୀର୍ଘ ଦିନରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ତାଲପାଲି ଛକ ଠାରୁ ପ୍ରାୟ ୨୦୦ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । କାରଣ ଏହା ପ୍ରାଇଭେଟ୍ ଲ୍ୟାଣ୍ଡ ହୋଇଥିବାରୁ ପକ୍କା ରାସ୍ତା କିମ୍ବା ମରାମତି କାମ ବି ହୋଇ ପାରୁନାହିଁ । କଟାବାହାଲ ଗ୍ରାମ ପଞ୍ଚାୟତର ୮ ଗୋଟି ଗ୍ରାମ ଓ ତାଲପାଲି ଗ୍ରାମ ପଞ୍ଚାୟତର ୧ଟି ଗ୍ରାମ ସର୍ବମୋଟ ୯ଗୋଟି ଗ୍ରାମର ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ପଦମପୁର ଓ ଗାଇସିଲେଟକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ତାଲପାଲି ସ୍ୱାସ୍ଥ୍ୟକେନ୍ଦ୍ର ଓ ତାଲପାଲି କଲେଜକୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏବଂ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବାରୁ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଆଖି ଆଗରେ ରଖି ସରପଞ୍ଚ ଶ୍ରୀମତୀ ପଣ୍ଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ନିଜ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଖୁବ୍ ଶୀଘ୍ର ଉକ୍ତ ରାସ୍ତାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.