ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

  • ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର । ରୋଗାଗ୍ରସ୍ତ ଗାଈକୁ ଉଦ୍ଧାର କରି ଚିକିତ୍ସା କରାଇଲେ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗୋଟିଏ ଗାଈ ଏକ ବାଛୁରୀକୁ ଜନ୍ମ ଦେଇଥିଲା । ଦିବ୍ୟାଙ୍ଗ ଗାଈ ବୋଲି ସେ ବାଛୁରୀକୁ ସୁରକ୍ଷା ଦେଇ ପାରିନଥିଲା । ପରେ ବାଛୁରୀକୁ କୁକୁର ଆକ୍ରମଣ କରିବା ପରେ ତାର ମୃତ୍ୟୁ ହୋଇଥିଲା । ଗାଈଟି ଟାଇଲସ ଘର ଭିତରକୁ ପ୍ରବେଶ କରିଥିଲା । ଦୀର୍ଘ ଦିନ ହେଲା ଆଉ ପଦାକୁ ବାହାରି ପାରୁନଥିଲା । ଆଜି ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେର ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ଡ଼ଃ ସନ୍ନ୍ୟାସୀ ଶଥପଥିଙ୍କୁ ଫୋନ କରି ଡକାଇ ଥିଲେ । ପରେ ପ୍ରାଣୀ ଚିକିତ୍ସାଳୟର ସମସ୍ତ କର୍ମଚାରୀମାନେ ପହଁଚି ଗାଈଟିକୁ ଚିକିତ୍ସା କରିଥିଲେ । ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେରଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାିଛି । ସୂଚନା ଯୋଗ୍ୟ ଯେ, ଗାଈଟି ଦୀର୍ଘ ଦିନ ହେଲା ବ୍ଲକ ପରିସରରେ ପଡି ରହିଥିଲା । ଚିକିତ୍ସା ପରେ ଗାଈଟି ସୁସ୍ଥ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!