oom

ଦାୟିତ୍ୱ ନେଲେ ନବ ନିର୍ବାଚିତ ସରପଞ୍ଚ ସୁଦାମ ଚରଣ ସେଠୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ନବ ନିର୍ବାଚିତ ସରପଞ୍ଚମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ଶପଥ ନେଇଛନ୍ତି । ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସୁଦାମ ଚରଣ ସେଠୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଶ୍ରୀମତୀ ଯମୁନା ଝାଙ୍କରଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉକ୍ତ ଦାୟିତ୍ୱ ଗ୍ରହଣ ଉତ୍ସବରେ ନାଏକ ସରପଞ୍ଚ ଶ୍ରୀମତୀ ଶାନ୍ତି ଲୁହାରଙ୍କ ସମେତ ସୁବାଷିନୀ ହରିପାଲି, ଯଶୋବନ୍ତୀ ନାଏକ, ଅଞ୍ଜଳି କଳାରଙ୍ଗିଆ, ଗନ୍ଧର୍ବୀ କୁମ୍ଭାର, ହରିପ୍ରିୟା ସେଠ, ରଞ୍ଜୁ ବେହେରା, ପଦ୍ମିନୀ ପାଇକ, ଡୁଲାମଣି ସାହୁ, ଯୁଧିଷ୍ଠିର ସୁନା, ଜଗନ୍ନାଥ ବରିହା, ଉତ୍ତର ମହାନନ୍ଦ, ସଂର୍କିର୍ତ୍ତନ୍ୟ ରଣା ଆଦି ସମସ୍ତ ୱାର୍ଡ ମେମ୍ବର ସଭ୍ୟମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ପିତବାସ ସାହୁଙ୍କ ସଭାପତିତ୍ୱରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସରପଞ୍ଚ ସୁଦାମ ଚରଣ ସେଠୀ ପଞ୍ଚାୟତବାସୀ ଆଶୀର୍ବାଦ ଦେଇ ବିଜୟୀ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଭେଙ୍ଗରାଜପୁର ପଞ୍ଚାୟତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ ଭିକ୍ଷା ସହିତ ଭେଙ୍ଗରାଜପୁର ପଞ୍ଚାୟତକୁ ଏକ ସୁନ୍ଦର ଦୁର୍ନୀତି ମୁକ୍ତ ପଞ୍ଚାୟତରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସଭାରେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବହୁ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ସତ୍ୟ ନାରାୟଣ ତ୍ରିପାଠୀ, ଦୈତିଶ୍ୱତ ପ୍ରଧାନ, ନୃପରାଜ ପାଣ୍ତେ, ଆନନ୍ଦ ରାମ ସାହୁ, ଅହଲ୍ୟା ସିଂ ବରିହା, ତୋଷ ବିଶି, ଭକ୍ତ ସାହୁ, ପାତାଳ ସାହୁ, ବିପିନ ବିହାରୀ ମିଶ୍ର, ତୁଳସୀ ରାମ ସାହୁ, ସୁବୋଧ ବଡପଣ୍ତା, ଅଭିମନ୍ୟୁ ନାଏକ, ହୁତାଶନ ସାହୁ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବରେ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଡା ଲମ୍ବୋଦର ପଣ୍ତା ଯୋଗ ଦେଇ ନବ ନିର୍ବାଚିତ ସରପଞ୍ଚ ସୁଦାମ ଚରଣ ସେଠୀଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.