କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପଂଚାୟତ ହେଉଛି ରିଷିଡା । ଏହି ପଂଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସେବତୀ ରଣା ଆଜି ଆନୁଷ୍ଠାନିକ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ପଂଚାୟତ ଓ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ସେ ରିଷିଡା ପଂଚାୟତର ସାମଗ୍ରିକ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ସେ ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଛନ୍ତି । ତାଙ୍କ ବାପା ମହୀଧର ରଣା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାୟକ ଅଛନ୍ତି । ପ୍ରଥମ ଥର ରାଜନୈତିକ ମୈଦାନକୁ ପ୍ରବେଶ କରି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସେବତୀ ବାପାଙ୍କ ପଦାଙ୍କ ଅନୁସରଣ କରି ଜନସେବା କରିବା ପାଇଁ ଆଗଭର ହୋଇଛନ୍ତି ।