ବୁର୍ଡ। ପଞ୍ଚାୟତରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ଥର ଲୋଇସିଂହା ବ୍ଳକ ବୁର୍ଡ। ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଆଉ ଏହି ପଦବୀ ସକାଶେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରେବତୀକାନ୍ତ ସାହୁ । ସରକାରୀ ଚାକିରୀରେ ଥାଇ ସମାଜସେବାକୁ ବ୍ରତ କରିଥିବା ଶ୍ରୀ ସାହୁ ଅବସର ନେବା ପରେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି । ବୁର୍ଡ। ପଞ୍ଚାୟତକୁ ସର୍ବାଙ୍ଗ ସୁନ୍ଦର କରି ଗଢିବା ସହିତ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଠନ କରିବା ଦିଗରେ ଲୋକଙ୍କ ସହଯୋଗ କାମନା କରି ତାଙ୍କୁ ନିର୍ବାଚନରେ ବିଜୟୀ କରାଇବାକୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.