jayashree

କିଡ଼୍‌ନୀ ରୋଗୀଙ୍କର ଚିକିତ୍ସା ପାଇଁ ବାଟ ଅଗାଳିଛି ସରକାରୀ ଯୋଜନା

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ଜାମୁଗୁଡା ଗ୍ରାମର ଜଣେ ଯୁବକ ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବା ବେଳେ ଅନ୍ୟପଟେ ସରକାରୀ ଯୋଜନା ଅନ୍ତର୍ଗତ ଚିକିତ୍ସା ପାଇଁ ଆବଶ୍ୟକ ନଥିପତ୍ର ଯୋଗାଡ଼ ହୋଇପାରୁନାହିଁ । ପୀଡିତ ଯୁବକ ଜଣକ ହେଲେ ଜାମୁଗୁଡା ଗ୍ରାମର ହେମାଧର ସାହୁଙ୍କ ପୁଅ ହୃଷିକେଶ ସାହୁ ବୟସ (୪୦) । ଗୋଟିଏ ବର୍ଷ ହେଲା କିଡ୍‌ନୀ ରୋଗରେ ପୀଡିତ ଅଛନ୍ତି । ପରିବାର ମଧ୍ୟରେ ସେ ଜଣେ ରୋଜଗାରିଆ ରହିଥିଲେ ବର୍ତ୍ତମାନ ରୋଗରୁ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ପରିବାର ମଧ୍ୟରେ ସ୍ତ୍ରୀ ସମେତ ୨ ଝିଅ ଓ ଏକ ପୁଅ । ଆର୍ଥିକ ଅନାଟନରେ ନିଜ ଚିକିତ୍ସା ଟଙ୍କା ଯୋଗାଡ ହେବା ମୁସ୍କିଲ ଥିବା ବେଳେ ପରିବାରର ପ୍ରତିପୋଷଣ ଓ ପିଲାଙ୍କ ପାଠପଢା ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଗଲାଣି । ସ୍ପଳ୍ପ ଅର୍ଥରେ ବାରମ୍ବାର ଡାଏଲିସିସ୍‌ ନିମନ୍ତେ ବିଶାଖାପାଟଣା ସ୍ଥିତ ଆପୋଲୋ ମେଡ଼ିକାଲ ଯାଇ ନୟାନ୍ତ ହୋଇଯାଇଥିବା ଦୁଃଖର ସହ ପ୍ରକାଶ କରୁଥିବା ବେଳେ ଯୋଗାଣ ବିଭାଗର ଖାମଖିଆଲି ନୀତି ଯୋଗୁଁ ଖାଉଟି କାର୍ଡରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି । ଫଳରେ ତାଙ୍କୁ ସରକାରଙ୍କ ଦ୍ଵାରା ମାଗଣା ଚିକିତ୍ସା ଭଳି ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବଞ୍ଚିତ ଯୋଉଛନ୍ତି । ଏ ସଂକ୍ରାନ୍ତରେ ସେ ସ୍ଥାନୀୟ ସରପଞ୍ଚ, ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ବାରମ୍ବାର ଲିଖିତ ନିବେଦନ କରିଥିଲେ ସୁଦ୍‌ଦ୍ଦା ଅଦ୍ୟାବଧି କୌଣସି କାରଣରୁ ସଫଳ ହୋଇ ପାରିନାହାନ୍ତି । ଏହି ପରିସ୍ଥିତିରେ ତୁରନ୍ତ ପ୍ରଶାସନ ପୀଡିତ ଯୁବକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.