ସମାଜସେବୀଙ୍କ ହସ୍ତକ୍ଷେପ ପରେ ଗୀତାଙ୍କ ପରିବାର ପାଇଲେ ସରକାରୀ ସହାୟତା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଡ଼ୁମେରମୁଣ୍ଡା ଗାଁର ମନୋଜ ନାଏକ ନିଜର ଅସମ୍ପୂର୍ଣ ଇନ୍ଦିରା ଆବାସ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଗତବର୍ଷ ଗୁଜୁରାଟର ରାଜକୋଟକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ରହି କିଛିମାସ କାମ କରିବା ପରେ ଦିନେ କାମ କରିବା ସମୟରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହି ଖବର ପାଇବା ପରେ ପରିବାର ଭାଙ୍ଗି ପଡିଲେ । ସୂଚନା ଅନୁସାରେ ମନୋଜଙ୍କ ପରିବାର କହିଲେ ସ୍ତ୍ରୀ ଗୀତା ନାଏକ ଓ ତିନୋଟି କୁନି କୁନି ଛୁଆ । ଏହି ଅସହାୟ କୁନି କୁନି ଛୁଆକୁ ନେଇ ଗୀତା ତାଙ୍କର ଅସମ୍ପୂର୍ଣ୍ଣ ଘରେ ରହୁଛନ୍ତି । ଏହି ସମସ୍ୟା ବିଷୟରେ ଜାଣିଲା ପରେ ଯୁବ ସମାଜସେବୀ ଯଶୋବନ୍ତ ରଣା କେସିଙ୍ଗାର ସ୍ୱେଛାସେବୀ ମହୀପାଳ ଯାଦବକୁ ଯୋଗାଯୋଗ କରି ଏହାର ସତ୍ୟତା ଜାଣିବା ସହ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରି ତାଙ୍କ ସହ କଥା କରେଇବାକୁ କହିଥିଲେ । ପରେ ସମାଜସେବୀ ରଣା ଗତ ଅଗଷ୍ଟ ୧୬ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କୁ ନେଇ ସମସ୍ତ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଥିଲେ । ସିଡବ୍ଲୁସିଙ୍କ ସୁପାରିଶରେ ପ୍ରତ୍ୟେକ ଶିଶୁଙ୍କୁ ମାସିକ ୧୫ଶହ ଟଙ୍କା ମିଳିବ । ତାଙ୍କର ଅଧ ଖଣ୍ଡିଆ ଘରର ସମସ୍ୟା ବିଷୟରେ ଯଶୋବନ୍ତ ଜିଲ୍ଲାପାଳଙ୍କୁ ଟ୍ୱିଟର ଜରିଆରେ ଜଣାଇଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.